ହରଭଙ୍ଗା ମହୋତ୍ସବ ଉଦ୍‌ଯାପିତ: ପୁରୁଣା ଐତିହ୍ୟକୁ ପୁନର୍ଜୀବିତ କରିବ ମହୋତ୍ସବ

Advertisment
ହରଭଙ୍ଗା ମହୋତ୍ସବ ଉଦ୍‌ଯାପିତ: ପୁରୁଣା ଐତିହ୍ୟକୁ ପୁନର୍ଜୀବିତ କରିବ ମହୋତ୍ସବ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ହାଇସ୍କୁଲ ଖେଳପଡ଼ିଆଠାରେ ଗତ ୫ ଦିନ ଧରି ଚାଲିଥିବା ଦ୍ୱିତୀୟ ହରଭଙ୍ଗା ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଉତ୍ସବରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି, ହରଭଙ୍ଗା ପିଏସ୍‌ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ଆଇଆଇସି ନଳିନୀକାନ୍ତ ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରିୟନାଥ ଶର୍ମା, ସଂକୁଳେଇ ସରପଞ୍ଚ ସୁଶ୍ରୀତା ଛନ୍ଦ, ସମିତିସଭ୍ୟ ରଶ୍ମିତା ମହାକୁଡ଼, ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା, ମହୋତ୍ସବ କମିଟି ଉପଦେଷ୍ଟା ପ୍ରଦୀପ ସାହୁ, ସଭାପତି ସୁବୋଧ ପ୍ରଧାନ, ସମ୍ପାଦକ ସରୋଜ ଭୋକ୍ତା ସମ୍ମାନିତ ଅତିଥି ଭାବ‌େ ଯୋଗ ଦେଇଥିଲେ। ପୁରୁଣା ଐତିହ୍ୟକୁ ମହୋତ୍ସବ ପୁନର୍ଜୀବିତ କରିବ ବୋଲି ଅତିଥି ଭାବେ ମତବ୍ୟକ୍ତ କରିଥିଲେ।

ସରସ୍ବତୀ ଶିଶୁମନ୍ଦିର ଛାତ୍ରଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ସଂଜୀବ ସାହୁ ମଂଚ ପରିଚାଳନା କରିଥିଲେ। ସଭାପତି ସୁବୋଧ ପ୍ରଧାନ, ସମ୍ପାଦକ ସରୋଜ ଭୋକ୍ତା, କାର୍ଯ୍ୟକାରୀ ସଭାପତି ଶକୁନ୍ତଳା ବେହେରା, ସଂଯୋଜକ ପ୍ରଦୀପ ସାହୁ, କୋଷାଧ୍ୟକ୍ଷ ପ୍ରମୋଦ ଖମାରୀ, ପ୍ରକାଶ ବେହେରା, ମାନଭଞନ ନାୟକ, ନଟବର ପ୍ରଧାନ, ପ୍ରୀତିରଞ୍ଜନ ଦାସ, ବବଲୁ ଖଡ଼ିରତ୍ନ, ଶ୍ରୀନିବାସ ସାହୁ, ଲିଙ୍କନ ପଲିଆ, ପ୍ରଦୀପ ନାଏକ, ଶ୍ରୀକାନ୍ତ ସେଠୀ, ସୁରେଶ ନାଏକ, ପ୍ରଫୁଲ ସାହୁ, ପ୍ରତାପ ସିଂ, ଶ୍ରୀକାନ୍ତ ଦେହୁରୀ, ସମ୍ବାରୁ ନାଏକ, ସୌମ୍ୟରଞ୍ଜନ ନାଏକ, ସଂଗ୍ରାମ ବେହେରା, ବିକାଶ ବେହେରା, ଶୁଭଙ୍କର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe