ବୌଦ୍ଧରେ ଖୋଲିଲା ରାଜ୍ୟର ପ୍ରଥମ କୋଭିଡ ପରବର୍ତ୍ତୀ ପରାମର୍ଶ ଓ ଚିକିତ୍ସା କେନ୍ଦ୍ର

Advertisment
ବୌଦ୍ଧରେ ଖୋଲିଲା ରାଜ୍ୟର ପ୍ରଥମ କୋଭିଡ ପରବର୍ତ୍ତୀ ପରାମର୍ଶ ଓ ଚିକିତ୍ସା କେନ୍ଦ୍ର

ବୌଦ୍ଧ: ବୌଦ୍ଧ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ରାଜ୍ୟର ପ୍ରଥମ କୋଭିଡ ପରବର୍ତ୍ତୀ ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଜିଲ୍ଲା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ସୋମବାର ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି। ସକାଳ ୯ଟା ରୁ ଦିନ ଗୋଟାଏ ଯାଏଁ ଏହି କେନ୍ଦ୍ର ଖୋଲା ରହିବ। କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କ କ୍ଷେତ୍ରରେ ଯଦି ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଦେଖାଯାଏ ତେବେ ସେମାନେ ଏହି କେନ୍ଦ୍ରକୁ ନିଶୁଳ୍କ ଟେଲିମେଡିସିନ ନମ୍ବର ୭୬୫୫୦୫୦୮୭୧/୭୬୫୫୦୫୦୮୭ରେ ଯୋଗାଯୋଗ କରି ନାମ ପଞ୍ଜିକରଣ କରିବେ ଓ ଉପସ୍ଥିତ ଡାକ୍ତରଙ୍କଠାରୁ ଚିକିତ୍ସାଗତ ପରାମର୍ଶ ନେଇ ପାରିବେ। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ ଅକ୍ଟୋବର ସୁଦ୍ଧା ଜିଲ୍ଲାର ମୋଟ ୨୫୯୦ ଜଣ କରୋନା ଆକ୍ରାନ୍ତ ତାଲିକାଭୁକ୍ତ ରହିଛନ୍ତି। ସେମାନେ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର କୋଭିଡ କଣ୍ଟ୍ରୋଲ ରୁମ( ଆଇଡିଏସପି ସେଲ)ର ଯୋଗାଯୋଗରେ ପଞ୍ଜିକରଣ ହୋଇ ରହିବେ। ସେମାନଙ୍କଠାରେ କୋଭିଡ ପରବର୍ତ୍ତୀ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିଲେ ସେମାନେ ଓପିଡ଼ି ଆସି ଆବଶ୍ୟକ ଚିକିତ୍ସା ସେବା ମଧ୍ୟ ପାଇ ପାରିବେ ବୋଲି କୁହାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe