ଏକାଥରକେ ମହାବଳ ଓ କଲରାପତରିଆ ବାଘ ଚମଡ଼ା ଜବତ କଲା ଏସ୍‌ଟିଏଫ୍‌

Advertisment
ଏକାଥରକେ ମହାବଳ ଓ କଲରାପତରିଆ ବାଘ ଚମଡ଼ା ଜବତ କଲା ଏସ୍‌ଟିଏଫ୍‌

ବୌଦ୍ଧ: ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଛି ବାଘ ଚମଡ଼ା ଚୋରାଚାଲାଣ ରାକେଟ୍‌। ଏକ ବିଶେଷ ସୂତ୍ରରୁ ଖବର ପାଇବା ପରେ ଚଢ଼ାଉ କରି ମହାବଳ ବାଘ ଓ କଲରାପତରିଆ ବାଘ ଚମଡ଼ା ଜବତ କରିଛି ଟିମ୍‌। ବୌଦ୍ଧରୁ ମହାବଳ ବାଘର ଚମଡା ଓ ସୋନପୁରରୁ କଲରାପତରିଆ ବାଘ ଚମଡା ଜବତ କରିିଛି ଏସ୍‌ଟିଏଫ୍‌ ଟିମ୍‌।

ଜାଣିବାକୁ ମିଳିଛି ଯେ ବୌଦ୍ଧ ଟାଉନ୍‌ ଥାନା ଅଧୀନରେ ଥିବା ସୁଲୁକି ବ୍ରିଜ୍‌ ନିକଟରେ ବାଘ ଚମଡ଼ା ବିକ୍ରି ନେଇ ଡିଲ୍‌ ଚାଲିଥିବା ଖବର ପାଇ ଗତକାଲି ସଂଧ୍ୟାରେ ଜଙ୍ଗଲ ଅଧିକାରୀଙ୍କ ସହାୟତା‌ରେ ଚଢ଼ାଉ କରିଥିଲା ଏସ୍‌ଟିଏଫ୍‌।

ବାଘ ଚମଡ଼ା ଜବତ ସହ ଜଣେ ଦଲାଲ ଗିରଫ ହୋଇଛି। ଧରାପଡ଼ିଥିବା ଦଲାଲ୍‌ ଜଣକ ହେଉଛି ଓଲନ୍ଦା ଗାଁର ହିମାଳୟ ଦାସ। ପ୍ରଥମେ ବୌଦ୍ଧରେ ଧରାପଡିବା ପରେ, ସୋନପୁରର ବାଘ ଚମଡା ଲିଙ୍କ ଦେଇଥିଲା ଦଲାଲ୍‌। ମହାବଳ ବାଘ ଚମଡାକୁ ୩୦ ଲକ୍ଷ ଓ କଲରାପତରିଆ ଚମଡାକୁ ୨୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଧରିଲା ଏସ୍‌ଟିଏଫ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe