ବୌଦ୍ଧ: ଶିକ୍ଷକଙ୍କ ଗାଡ଼ି ଡିକି ଭାଙ୍ଗି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

Advertisment
ସତ୍ୟନଗର ଆକ୍ସିସ ବ୍ୟାଙ୍କ ଆଗରୁ ଝାମ୍ପି ନେଲେ ୨ ଲକ୍ଷ ଟଙ୍କା

Pragativadi

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଥାନା ଅନ୍ତର୍ଗତ ସୋନପୁରିଆପଡ଼ା ବସ୍ତି ଗାଁ ଦାଣ୍ଡରେ ଘଟିଛି ଏକ ଅଭାବନୀୟ ଘଟଣା। ଚିତ୍ତରଞ୍ଜନ ମେହେର ନାମକ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ୨ ଜଣ ଦୁର୍ବୃତ୍ତ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌ କରିଥିବା ସୂଚନା ରହିଛି। ଏ ନେଇ ପୀଡ଼ିତ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜ୍ଜୁ ହୋଇଛି।

ଚିତ୍ତରଞ୍ଜନ ବୃତ୍ତିରେ ଜଣେ ଶିକ୍ଷକ। ସେ ନିଜ ଘରୁ ଗାଡ଼ି କାଢ଼ି ଘର କବାର ଦେବା ଭିତରେ ଦୁର୍ବୃତ୍ତମାନେ ତାଙ୍କ ଡିକି ଭାଙ୍ଗି ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଚିତ୍ତରଞ୍ଜନ ବାଉଁଶୁଣୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe