୬ ବର୍ଷର ଶିଶୁ କନ୍ୟା ଓ ବାଇକ୍‌ ନେଇ ଯୁବକ ଫେରାର

Advertisment
୬ ବର୍ଷର ଶିଶୁ କନ୍ୟା ଓ ବାଇକ୍‌ ନେଇ ଯୁବକ ଫେରାର

Photo Credit: Thinkstock

ସାହାଜପାଲ : ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ କମ୍ପରା ଗ୍ରାମରୁ ଜଣେ ଯୁବକ ୬ ବର୍ଷର ଶିଶୁ କନ୍ୟା, ବାଇକ ଓ ମୋବାଇଲ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଶିଶୁ କନ୍ୟାର ପରିବାର ଲୋକ ବାଉଁଶୁଣି ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଯୁବକ ଜଣକ ଏକ ଅଜଣା ନମ୍ବରରୁ ଫୋନ୍‌ କରି ଶିଶୁ କନ୍ୟାକୁ ତାର ମା’ ନିଜେ ଆସି ନେଉ, ନଚେତ ତାକୁ ମାରିଦେବ ବୋଲି ଧମକ ଦେଉଛି। ଯୁବକଙ୍କ ଏପରି କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଅଭିଯୋଗ ଅନୁଯାୟୀ ଯୁବକ ଜଣକ ହେଉଛି ମନମୁଣ୍ଡା ଥାନା ବିଳାସପୁର ପଞ୍ଚାୟତ ବିଛକା ଗ୍ରାମର ରାଜୀବ କୁମ୍ଭାର(୩୨)। ସେ ଗତ ୩ ମାସ ହେବ କମ୍ପରା ଗ୍ରାମର ରାଜୀବ ବାଦୀଙ୍କ ସହ ମଇତ୍ର ବସିଥିଲା। ପରେ ତାଙ୍କ ଘରେ ଖିଆପିଆ କରିବା ସହିତ ରହୁଥିଲା। ଏହି ୩ ମାସ ମଧ୍ୟରେ ରାଜୀବ ତାଙ୍କ ପରିବାର ଓ ପଡ଼ାରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲା। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ରାଜୀବ ପଡ଼ୋଶୀ ଶ୍ରୀକାନ୍ତ ମହନନ୍ଦିଆଙ୍କ ବାଇକ୍‌ (ଓଡି-୨୭ଡି-୩୨୫୧) ମାଗିଥିଲା। ପରେ ସନ୍ଧ୍ୟା ସୁଦ୍ଧା ଫେରି ଆସିବ ବୋଲି କହି ରାଜୀବ ବାଦିଙ୍କ ଶିଶୁ କନ୍ୟା ଲଭ୍‌ଲି ବାଦି(୬) ଓ ହରି ଉର୍ମରଙ୍କ ମୋବାଇଲ୍‌ ନେଇ ପଳାଇଥିଲା। ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ଶିଶୁ କନ୍ୟାର ପରିବାର ଲୋକ, ବାଇକ୍‌ ମାଲିକ ଶ୍ରୀକାନ୍ତ ଏବଂ ହରି ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲେ। ପରେ ବାଉଁଶୁଣି ଥାନାରେ ଅଭିଯୋଗ କରିଥିଲେ। ତେବେ ଶନିବାର ସକାଳେ ଫୋନ୍‌ ନମ୍ବର ୯୫୫୬୧୬୮୫୦୦ ଏବଂ ୭୩୨୮୦୭୬୯୨୮ରୁ କଲ୍‌ କରି ରାଜୀବ କହିଥିଲା ଯେ ଲଭ୍‌ଲିର ମା’ ରୀନା ବାଦି ନିଜେ ଏକୁଟିଆ ଆସି ଝିଅକୁ ନେଉ। ନଚେତ ସେ ଝିଅକୁ ମାରିଦେବ। ଏ ବାବଦରେ ଥାନା ଅଧିକାରୀ ସୁବାସ ରାୟଗୁରୁଙ୍କୁ ଯୋଗାଯୋଗ କରିବାରୁ ପରିବାର ଲୋକ ଲିଖିତ ଅଭିଯୋଗ କରି ନଥବାରୁ କୌଣସି ତଦନ୍ତ କରାଯାଇ ନାହିଁ ବୋଲି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe