ବୌଦ୍ଧରେ ପୁଣି ଲାଗିଲା ମାଓ ପୋଷ୍ଟର: ପୁଲିସକୁ ଚେତାବନୀ

Advertisment
ବୌଦ୍ଧରେ ପୁଣି ଲାଗିଲା ମାଓ ପୋଷ୍ଟର: ପୁଲିସକୁ ଚେତାବନୀ

ବୌଦ୍ଧ: କିଛି ଦିନ ପରେ ବୌଦ୍ଧରେ ପୁଣି ଲାଗିଛି ମାଓ ପୋଷ୍ଟର। ମନମୁଣ୍ଡା ଥାନା ଅନ୍ତର୍ଗତ ନୂର୍ପା ଛକରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ ମାଓ ପୋଷ୍ଟର ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ପୋଷ୍ଟରଟି କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ମରାଯାଇଥିବା ଜଣାପଡ଼ିଛି।

ଗଞ୍ଜେଇ ଚାଷ ପାଇଁ ପ୍ରୋତ୍ସାହନ ଦେଉଥିବା ପୁଲିସଙ୍କୁ ପୋଷ୍ଟର ମାରି ଚେତାବନୀ ଦେଇଛନ୍ତି ମାଓବାଦୀ। ପୁଲିସ ପ୍ରଶାସନର ସହାୟତାରେ ବାହାରୁ ଗଞ୍ଜେଇ ମାଫିଆ ଆସି ଜଙ୍ଗଲ ନଷ୍ଟ କରିବା ସହ ଆଦିବାସୀଙ୍କ ଜମିକୁ କବଜା କରୁଛନ୍ତି। ଗଞ୍ଜେଇ ଚାଷ ନାଁରେ ପୁଲିସର ଗୁଇନ୍ଦାଗିରି ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି ମାଓବାଦୀ ସଂଗଠନ । ଏଥିରୁ ନିବୃତ ନରହିଲେ ପରିମାଣ ଭୋଗିବାକୁ ମାଓ ସଂଗଠନ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe