ମଦ ନିଶାରେ ଦାନାଦାର ଖାଇଦେଲେ, ଜଣେ ମୃତ, ୩ ଅସୁସ୍ଥ ଚିକିତ୍ସାଳୟରେ

Advertisment
ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ, ନାବାଳିକାର ଶବ ମାଟିତଳୁ ବାହାର କରାଗଲା

image source-new indian express

ଫୁଲବାଣୀ :ମଦ ନିଶାରେ ଦାନାଦାର ଚାଖଣ। ଲୁଣ ଭାବି ଦାନାଦାର ଖାଇବାରୁ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଅସୁସ୍ଥ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସଦର ଥାନା ତାଳପଡା ଗାଁରେ। ଗତକାଲି ରାତିରେ ଗ୍ରାମର ଟୁବୁନା କହଁର(୬୦)ଙ୍କ ସମେତ ୪ ଜଣ ଦେଶୀ ମଦ ପିଇଥିଲେ। ଚାଖଣ ପାଇଁ ମିକଚର,ପିଆଜ ଥିଲା। ପାଖରେ ଲୁଣ ବି ଥିଲା।

ହେଲେ ମଦନିଶାରେ ଲୁଣ ବଦଳରେ ଦାନାଦାର ସେମାନେ ଖାଇ ଦେଇଥିଲେ। ତାପରେ ୪ ଜଣ ଯାକ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ଟୁବୁନାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ୩ ଜଣ ବିପଦମୁକ୍ତ ଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ଛାଡି ଦିଆଯାଇଛି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବିଷାକ୍ତ ମଦ ଯୋଗୁ ଏଭଳି ଘଟିଛି ବୋଲି ସନ୍ଦେହ କରାଯାଉଛି। ଏହାକୁ ଭିନ୍ନ ରୂପ ଦେବାକୁ ଉଦ୍ୟମ କରାଯାଉଛି। ଦାନାଦାର ହିଁ ମୁତ୍ୟୁର କାରଣ ବୋଲି ପୁଲିସ କହୁଥିବା ବେଳେ ଏହାର ନିରପେକ୍ଷ ତଦନ୍ତ କଲେ ପ୍ରକୃତ ସତ ଘଟଣା ଜଣା ପଡିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe