ଛାତ୍ର ନିଖୋଜ ମାମଲା: ପଥର କୋରଡ଼ରୁ ମିଳିଲା ଶବ

Advertisment
ଛାତ୍ର ନିଖୋଜ ମାମଲା: ପଥର କୋରଡ଼ରୁ ମିଳିଲା ଶବ

ଘଣ୍ଟାପଡ଼ା/କଣ୍ଟାମାଳ: ନିଖୋଜର ଛଅ ଦିନ ପରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ମହୀବିଲା ଗାଁର ସପ୍ତମ ଶ୍ରେଣୀ ଛାତ୍ର ସୁମନ୍ତ ମାହାର (୧୨)ର ଗଳିତ ଶବ ଗାଁ ନିକଟ ଜଙ୍ଗଲର ଏକ ପଥର କୋରଡ଼ରୁ ଉଦ୍ଧାର କରାଯାଇଛି। ହତ୍ୟାକାରୀ ପ୍ରଥମେ ଶବକୁ ଅନ୍ୟତ୍ର ଲୁଚାଇ ରଖିବା ପରେ ଏଠାରେ ପକାଇ ଦେଇଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ଏକ ଶବ ଗଳିତ ଅବସ୍ଥାରେ ପଥର କୋରଡ଼ରେ ପଡ଼ିଥିବା ଦେଖି କଣ୍ଟାମାଳ ଥାନାକୁ ଖବର ଦିଆଯାଇଥିଲା। ହତ୍ୟାକାରୀକୁ ଖୁବ ଶୀଘ୍ର ଧରିବାକୁ ଏବଂ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବିଭିନ୍ନ ନାରାବାଜି କରିଥିଲେ। ବୈାଦ୍ଧ ଏସଡିପିଓ ଏସ. ଟିଗା ଆଇଆରବି ବାଟାଲିଅନ ସହ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଘଟଣାର ଗୁରୁତ୍ୱକୁ ଅନୁଭବ କରି ବୌଦ୍ଧ ଏସପି ସୁଧାଂଶୁ ଶେଖର ମିଶ୍ର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe