ମୁଣ୍ଡିପଦର-ବଲାକିରା ରାସ୍ତା ଶୋଚନୀୟ

Advertisment
ମୁଣ୍ଡିପଦର-ବଲାକିରା ରାସ୍ତା ଶୋଚନୀୟ

ସାହାଜପାଲ: ବୌଦ୍ଧ ଜିଲ୍ଲା ସଦର ମହକୁମା ସାହାଜପାଲ ଛକ ଠାରୁ ମୁଣ୍ଡିପଦର-ବଲାକିରା ରାସ୍ତା ଶୋଚନୀୟ ହୋଇ ପଡ଼ିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାସାରା ଖାଲଖମା ଓ ବିଭିନ୍ନ ସ୍ଥାନରେ ମେଟାଲ ଓ ପିଚୁ ଉଠି ଯାଇଛି। ଲୁହାଚକ ଲାଗିଥିବା ଟ୍ରାକ୍ଟରଗୁଡ଼ିକର ଅବାଧ ଚଳାଚଳ ଯୋଗୁଁ ରାସ୍ତାର ଏଭଳି ଅବସ୍ଥା ହେଉଛି ବୋଲି ଗ୍ରାମବାସୀ କହିଛନ୍ତି। ସରକାର ଲୁହାଚକ ଲାଗିଥିବା ଟ୍ରାକ୍ଟର ଜାତୀୟ ରାଜପଥ, ପ୍ରଧାନମନ୍ତ୍ରୀ ସଡ଼କରେ ଚଲାଇବା ପାଇଁ ନିଷେଧ କରିଛନ୍ତି। ମାତ୍ର ଏଠାରେ କିଛି କଟକଣା ନାହିଁ। ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବା ସହ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଭୁକ୍ତ କରିବାକୁ ପ୍ରଶାସନ ନିକଟରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe