ମହିଳାଙ୍କ ମୃତଦେହ ଉଦ୍ଧାର: ମୁଣ୍ଡ ଛେଚା ହୋଇଛି, ଛାତିରେ ରଖାଯାଇଛି ପଥର

Advertisment
ମହିଳାଙ୍କ ମୃତଦେହ ଉଦ୍ଧାର: ମୁଣ୍ଡ ଛେଚା ହୋଇଛି, ଛାତିରେ ରଖାଯାଇଛି ପଥର

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଖରଭୂଇଁ ଗ୍ରାମ ନିକଟ ଆମ୍ବ ତୋଟାରୁ ଗ୍ରାମର ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ଶବର ମୁଣ୍ଡ ଛେଚା ହୋଇଥିବା ବେଳେ ଛାତି ଉପରେ ଏକ ବିରାଟ ପଥର ରଖା ହୋଇଛି। ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ପରେ ହରଭଙ୍ଗା ପୁଲିସ ଶବ ଜବତ କରି ତଦନ୍ତ କରୁଛି।

ସୂଚନା ଅନୁସାରେ ଗ୍ରାମର ଅପୂର୍ବା ଷାଣ୍ଢ(୪୮) ନାମକ ଅବିବାହିତା ମହିଳା ଶନିବାର ପୂର୍ବାହ୍ନ ୧୦ଟାରେ ଗ୍ରାମଠାରୁ ୨ କିମି ଦୂର କାନ୍ଦବାରି ଆମ୍ବତୋଟାକୁ ଆମ୍ବ ଗୋଟେଇବା ପାଇଁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି କୌଣସି ସନ୍ଧାନ ପାଇ ନ ଥିଲେ। ରବିବାର ସକାଳେ ପୁଣି ଗ୍ରାମବାସୀଙ୍କ ସହ ପରିବାର ଲୋକେ କନ୍ଦାବାରି ଆମ୍ବତୋଟାରେ ଖୋଜିବା ବେଳେ ଏକ ଆମ୍ବଗଛ ତଳେ ଅପୂର୍ବାଙ୍କ ଶବ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ। ତାଙ୍କ ମୁଣ୍ଡ ପଥରରେ ଛେଚା ଯାଇଥିବା ବେଳେ ଛାତି ଉପରେ ପ୍ରାୟ ୨୦ କିଲୋ ଓଜନର ପଥର ରଖାଯାଇଥିଲା। ନିକଟରେ ଏକ ପୁରୁଷ ଚପଲ ଓ ଏକ ଟାଙ୍ଗିଆ ପଡ଼ି ରହିଥିବା ଦେଖିଥିଲେ। ଶରୀରର ବିଭିନ୍ନ ସ୍ଥାନରେ ଛେଚିବା ଭଳି ଚିହ୍ନ ଦେଖିଥିଲେ। ମୃତକଙ୍କ ପୁତୁରା ପ୍ରଦୀପ ଷାଣ୍ଢ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ହରଭଙ୍ଗା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe