ଯୁବକଙ୍କୁ ପିଟିପିଟି ହତ୍ୟା: ପୁଲିସର ତଦନ୍ତ ଜାରି

Advertisment
ଯୁବକଙ୍କୁ ପିଟିପିଟି ହତ୍ୟା: ପୁଲିସର ତଦନ୍ତ ଜାରି

ହରଭଙ୍ଗା: ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ବଘିଆପଡା ଫାଣ୍ଡି ଗୌଡ଼ଦେଇ ମନ୍ଦିର ପଛପଟେ ମୃତଦେହ ପଡ଼ିଥିଲା। ମୃତକ ହେଲେ ଜାମପାଲିର ବିଭୀଷଣ ମହାରଥୀ।

ସୂଚନା ଅନୁଯାୟୀ ଗତକାଲି ରାତିରେ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ଏଣେତେଣେ ଖୋଜିଥିଲେ ମାତ୍ର ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ତେବେ ଆଜି ଗୌଡ଼ଦେଇ ମନ୍ଦିର ପଛପଟେ ରକ୍ତ ଉଡୁବୁଡୁ ଅବସ୍ଥାରେ ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଖବର ଶୁଣି ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ମୃତଦେହ ଚିହ୍ନଟ କରିଛନ୍ତି । ମୃତଦେହ ପଡ଼ିଥିବା ସ୍ଥାନରୁ ଏକ ଘର ଯାଏ ରକ୍ତ ଚିହ୍ନ ପଡ଼ିଛି, ଯାହାକି ଉକ୍ତ ଘରୁ ତାଙ୍କୁ ପିଟିପିଟି ହତ୍ୟା ପରେ ବାହାରେ ଆଣି ପିଙ୍ଗି ଦେଇଥିବା ପରିବାରବର୍ଗ ଅନୁମାନ କରୁଛନ୍ତି। ତେବେ ଉକ୍ତ ଘର ତାଲା ପଡ଼ିଥିବାରୁ ସନ୍ଦେହ ଆହୁରି ଘନୀଭୂତ ହୋଇଛି। ଖବର ପାଇ ବଘିଆପଡା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe