ହତ୍ୟା ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡାଦେଶ

ହତ୍ୟା ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ : ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଜୀବନରେ ମାରିଦେବା ଭଳି ଏକ ସ୍ପର୍ଶକାତର ଘଟଣାର ବିଚାର କରି ଶୁକ୍ରବାର ଜିଲ୍ଲା ଦୌରା ଜଜ୍‌ ସୁଚିସ୍ମିତା ମିଶ୍ର ମୁଖ୍ୟ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଜିଲ୍ଲାର ପୁରୁଣାକଟକ ଥାନା ସିଂଘାଣିବିଡା ଗ୍ରାମର ଚିତ୍ରସେନ ନାଏକଙ୍କୁ ଘରୋଇ କନ୍ଦଳକୁ ନେଇ ସେହି ଗ୍ରାମର କନିଷ୍ଠ ନାଏକ, ଅଶୋକ ନାଏକ, ମାନୁ ନାଏକ, ସେବତୀ ନାଏକ ୪ଜଣ ଗତ ତା ୭.୧୨.୨୦୧୨ ଦିନ ବିଭିନ୍ନ ମାରଣସ୍ତ୍ର ସାହାଯ୍ୟରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଚିତ୍ରସେନ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଦିନ ମୃତ୍ୟୁ ବରଣ କରିଥିଲେ।

ମୃତ ଚିତ୍ରସେନଙ୍କ ଭଉଣୀ କୁମାରୀ ନାଏକଙ୍କ ଅଭିଯୋଗକୁ ଭିତ୍ତିକରି ସେତେବେଳେ ପୁରୁଣାକଟକ ପୁଲିସ ମୁଖ୍ୟ ଅଭିଯୁକ୍ତ କନିଷ୍ଠକୁ କେବଳ ଗିରଫ କରିପାରିଥିବା ବେଳେ ବାକି ୩ ଜଣ ଆଜିଯାଏଁ ଫେରାର ଥିବା ଜଣାପଡ଼ିଛି। ଜିଲ୍ଲା ଜଜ୍‌ ଏହି ଘଟଣାରେ ୧୫ଜଣ ସାକ୍ଷୀଙ୍କ ବୟାନକୁ ବିଚାର କରି ମୁଖ୍ୟ ଅଭିଯୁକ୍ତ କନିଷ୍ଠକୁ ୧୦ବର୍ଷ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଭୋଗିବା ପାଇଁ ରାୟରେ ପ୍ରକାଶ ପାଇଛି। ଏହି ମକଦ୍ଦମାଟି ସରକାରୀ ଓକିଲ ଧୁରିଣ କୁମାର ଦେହୁରୀ ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe