ନାଳରୁ ନବଜାତକର ମୃତଦେହ ଉଦ୍ଧାର

Advertisment
ନାଳରୁ ନବଜାତକର ମୃତଦେହ ଉଦ୍ଧାର

ଚାରିଛକ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ୱର ପଞ୍ଚାୟତ ଲକ୍ଷ୍ମୀ ନାଳରୁ ଶୁକ୍ରବାର ଏକ ନବଜନ୍ମିତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ସକାଳେ ଏକ ନବଜାତ ଶିଶୁ ପୁତ୍ରର ମୃତ ଦେହ ପାଣିରେ ଭାସୁଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବିଳମ୍ବିତ ରାତିରେ କେହି ନବଜାତ ଶିଶୁ ପୁତ୍ରକୁ ହତ୍ୟା କରି ମୃତଦେହକୁ ଏକ ଜରିବସ୍ତାରେ ଭର୍ତ୍ତିକରି ଲକ୍ଷ୍ମୀନାଳ ଉପର ଦେଇ ଯାଇଥିବା ପୋଲ ଉପରୁ ତଳକୁ ଫିଙ୍ଗି ଦେଇଥିଲା। ମାତ୍ର ନାଳରେ ଅଳ୍ପ କିଛି ପାଣି ଥିବା ସହିତ ଜରିବସ୍ତାର ମୁହଁ ଖୋଲି ଯିବାରୁ ଶିଶୁର ମୃତ ଦେହଟି ବାହାରି ଆସିଥିିଲା ଓ ପାଣିରେ ଭାସୁଥିଲା।ଏ ଖବର ପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହଟିକୁ ପାଣିରୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଏଏସ୍‌ଆଇ ବଳଭଦ୍ର ଗଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe