ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

Advertisment
ଶୋଇଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

symbolic pic

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପଲି ଗ୍ରାମର ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୧୨ଟାରେ ସମାରୁ ସାହୁ(୬୫)  ଶୌଚ ପାଇଁ ନିଦରୁ ଉଠିଥିଲେ। ନିଜ ଘର ବାଡ଼ି ପଟକୁ ଯିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ସମାରୁଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇ ବିକଟାଳ ଶବ୍ଦ କରିଥିଲା। ଶବ୍ଦ ଶୁଣି ପରିବାର ଲୋକେ ଉଠି ହାତୀକୁ ଘଉଡ଼ାଇ ସମାରୁଙ୍କୁ ଉଦ୍ଧାର କରିଥିଲେ। ସମାରୁଙ୍କୁ ବାଡ଼ି ପଟେ ଏକ ପୋଖରୀ ଥିବାରୁ ହାତୀଟି ପାଣି ପିଇବାକୁ ଆସିଥିବା ସନ୍ଦେହ କରାଯାଉଛି। ବନ ବିଭାଗ ସମାରୁଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ସହ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe