ବାସିଭୋଗ ଖାଇ ୫୮ ଅସୁସ୍ଥ: ଚାଲିଗଲା ଜଣଙ୍କ ଜୀବନ

Advertisment
ବାସିଭୋଗ ଖାଇ ୫୮ ଅସୁସ୍ଥ: ଚାଲିଗଲା ଜଣଙ୍କ ଜୀବନ

ହରଭଙ୍ଗା: ନୂଆଁଖାଇ ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତିଲେଶ୍ବର ପଞ୍ଚାୟତ ଅର୍ନ୍ତଗତ ମୂଷାଡ଼ ଗ୍ରାମରେ ଗଣେଶ ପୂଜା ବାସିଭୋଗ ଖାଇ ଅସୁସ୍ଥ ଅବସ୍ଥାରେ ବୌଦ୍ଧ ମେଡିକାଲରେ ଚିକିତ୍ସିତ ହେଉଥିବା ଗ୍ରାମର ଜଣେ ବୃଦ୍ଧା ଭାନୁମତି ସାମଲ(୭୦)ଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶନିବାର ସକାଳେ ତାଙ୍କ ମୃତଦେହ ମୂଷାଡ଼ରେ ପହଞ୍ଚିବା ପରେ ଗାଁ’ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସୂଚନା ଅନୁସାରେ, ବାସି ଚୁଡ଼ାଘଷା ଭୋଗ ଖାଇ ମୂଷାଡ଼ ଗ୍ରାମର ଶିଶୁଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପେଟକଟା ଏବଂ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୫୮ଜଣ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଦୁଇଦିନ ପୂର୍ବରୁ ୫୭ଜଣ ସୁସ୍ଥହୋଇ ଘରକୁ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe