ଧାନମଣ୍ଡିରେ ଅବ୍ୟବସ୍ଥା:ଟାୟାର ଜାଳି ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଧାନମଣ୍ଡିରେ ଅବ୍ୟବସ୍ଥା:ଟାୟାର ଜାଳି ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ: ବୌଦ୍ଧ ଜିଲ୍ଳାରେ ଖରିଫ ଧାନ କିଣାକୁ କେନ୍ଦ୍ର କରି ବିଭିନ୍ନ ମଣ୍ଡିରେ ବ୍ୟାପକ ଅବ୍ୟସ୍ଥା ହେଉଥିବା ଅଭିଯୋଗ କରି ଗୁରୁବାର ଖୁଣ୍ଟିଗୋରାରେ ଚାଷୀମାନେ ଟାୟାର ଜାଳି ବିକ୍ଷୋଭ ପ୍ରଦଶର୍ନ କରିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଜିଲ୍ଳା ବ୍ୟାପି ମିଲରମାନେ ଅରାଜକତା ସୃଷ୍ଟି କରୁଥିବା ବେଳେ ମନମୁଖୀ ୩ରୁ ୪ କେଜି କଟନି ଛଟନି କରୁଥିବା ଓ ଠିକ୍ ସମୟରେ ଧାନ ନଉଠାଇବା ଭଳି ସମସ୍ୟା ସୃଷ୍ଟି କରୁଛନ୍ତି। ଚାଷୀ ମହଲରେ ଏନେଇ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଅବ୍ୟବସ୍ଥାର ବିରୋଧ କଲେ ସଂପୂର୍ଣ୍ଣ ଭାବେ ମିଲର୍ ମଣ୍ଡିକୁ ଆସୁ ନଥିବା ଓ ଧାନ କିଣିବାକୁ ରୋକଠୋକ ମନା କରୁଥିବା ନେଇ ଅଭିଯୋଗ ହେଉଛି। ବୌଦ୍ଧ ଖୁଣ୍ଟିଗୋରା ପଞ୍ଚାୟତର ଚାଷୀମାନେ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

‌ଉମା ପେକ୍ସ ମଣ୍ଡିରେ ଖୁଣ୍ଟିଗୋରା ଗ୍ରାମପଞ୍ଚାୟତ ଅଞ୍ଚଳର ଧାନ କିଣାବିକା ପୂର୍ବରୁ ଦିନ ଧାର୍ଯ୍ୟ ହୋଇଛି। ଧାନ କିଣାରେ ବ୍ୟାପକ ଅନିୟମିତିତା ହେଉଥିବାରୁ ଚାଷୀମାନେ ଗୋଟେ ଦିନ ପୂର୍ବରୁ ମଣ୍ଡିକୁ ଧାନ ନେଇ ପହଞ୍ଚିଥିଲେ। ରାତି ତମାମ ଶୀତରେ ଧାନକୁ ଜଗି ରହିଥିଲେ। ଗୁରୁବାର ମେଘୁଆ ପାଗ ଥିବାରୁ ଚାଷୀ ମହ‌ଲରେ ବର୍ଷା ହେବା ଆଶଙ୍କା ଦେଖାଯାଇଥିଲା। ମାତ୍ର ମିଲରମାନେ ଠିକ୍ ସମୟରେ ନଆସିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା ଓ ସେମାନେ ଆନ୍ଦାଳନକୁ ଓହ୍ଲାଇଥିଲେ। ଧାନ ସଂଗ୍ରହ କରିବାକୁ ଆବଶ୍ୟକ ଗାଡ଼ି ପଠାଯିବାକୁ ଠୁନକୁ ରଣା, ପୀତାମ୍ବର ଭୋଇ, ଧନେଶ୍ବର ଭୋଇ, ଦେବେନ୍ଦ୍ର ସାହୁ, ଛବି ଚନ୍ଦ୍ର ଗୁରୁ, ନିରୋଜ ସାହୁ, ଭରତ ମେଣ୍ଡଲି, ପ୍ରେମାନନ୍ଦ ସାହୁ ଓ ଶତାଧିକ ଚାଷୀ ଏକ ଦାବିପତ୍ର ଉପଜିଲ୍ଳାପାଳ ତଥା ଆର୍‌ଏମ୍‌ସି ଅଧ୍ୟକ୍ଷଙ୍କୁ ଦିଆଯାଇଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ଗାଡ଼ି ମଣ୍ଡିକୁ ପହଞ୍ଚି ଧାନ ଉଠିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe