ମତ୍ସ୍ୟ ବିଭାଗର ଭାସିଗଲା ଯାଆଁଳ: ରାସ୍ତାରେ ମାଛ ଧରିଲେ ଲୋକେ

Advertisment
ମତ୍ସ୍ୟ ବିଭାଗର ଭାସିଗଲା ଯାଆଁଳ: ରାସ୍ତାରେ ମାଛ ଧରିଲେ ଲୋକେ

ବୌଦ୍ଧ: ଜିଲ୍ଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୫୭ ନମ୍ବର ଜାତୀୟ ରାଜପଥରେ ବନ୍ୟାଜଳ ପ୍ରବାହିତ ହେଉଛି। ମତ୍ସ୍ୟ ବିଭାଗର ଭାସିଗଲା ଯାଆଁଳା । ଗତକାଲି ଠାରୁ ବୌଦ୍ଧ ଜିଲ୍ଲା ବ୍ୟାପି ପ୍ରବଳ ବର୍ଷା ହେଉଛି। ଲଘୁଚାପଜନିତ ୨ ଦିନର ବର୍ଷରେ ଜିଲ୍ଲାର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାର ପରିମାଣ ଏତେ ରହିଛି ଯେ କ୍ଷେତଗୁଡିକ ନଦୀର ଭ୍ରମ ସୃଷ୍ଟି କରି ରାସ୍ତା ଉପରକୁ ପାଣି ଉଠୁଛି।

ବୌଦ୍ଧ ଜିଲ୍ଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଯାଆଁଳ ଉତ୍ପାଦନ କେନ୍ଦ୍ରରେ ବନ୍ୟା ପଶି ଯାଆଁଳା ସବୁ ଭାସି ରାସ୍ତାରେ ପହଁରୁଥିବା ବେଳେ ଲୋକେ ରାସ୍ତାରେ ମାଛ ଧରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ୨ଦିନଧାରୀ ପ୍ରବଳ ବର୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗର ଯାଆଁଳ ଉତ୍ପାଦନ କେନ୍ଦ୍ରର ୨୧ଟି ପୋଖରୀ ବୁଡ଼ି ଯାଇଛି। ଫଳରେ ବିଭିନ୍ନ ପ୍ରଜାତିର ଦେଢ଼ କୋଟି ଯାଆଁଳ ଭାସି ଯାଇଛନ୍ତି। ଏଥିସହ ଯାଆଁଳ ଉତ୍ପାଦନ ପାଇଁ ଥିବା ୨ ଟନ ବଡ଼ ମାଛ ମଧ୍ୟ ଭାସି ଯାଇଛନ୍ତି। ପୋଖରୀ ନିକଟରେ ୫୭ ନଂ ଜାତୀୟ ରାଜପଥରେ କିଲବିଲ ହୋଇ ପହଁରୁଛନ୍ତି ମାଛ। ମାଛ ଧରିବା ପାଇଁ ପ୍ରବଳ ଭିଡ଼ ଜମିଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ବନ୍ୟାଜଳ ପ୍ରବାହିତ ହେଉଥିଲେ ବି ଯାତାୟାତ ସ୍ୱାଭାବିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe