ଡମ୍ପରକୁ ପିଟିଲା ଭ୍ୟାନ :ଚାଳକ ଓ ଦୁଇ ଶ୍ରମିକ ଗୁରୁତର

Advertisment
ଡମ୍ପରକୁ ପିଟିଲା ଭ୍ୟାନ :ଚାଳକ ଓ ଦୁଇ ଶ୍ରମିକ ଗୁରୁତର

ଚାରିଛକ/ଆଡ଼େଣିଗଡ଼: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅର୍ନ୍ତଗତ ଚାରିଛକସ୍ଥିତ କୁଇରି ଘାଟିରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଡମ୍ପର (ଓଆର ୦୪ ଡି ୯୭୬୩)କୁ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି ୦୩ ଇ ୧୭୪୮) ଧକ୍କା ଦେଇଥିଲା। ଫଳରେ ଭ୍ୟାନ ଚାଳକ ବଲାଙ୍ଗୀର ସୁଦପଡ଼ାର ପଙ୍କଜ ପ୍ରଧାନ(୩୦), ଦୁଇ ଶ୍ରମିକ ପ୍ରଦୀପ ନାୟକ (୩୨) ଏବଂ ବିଷ୍ଣୁଚରଣ ନାୟକ (୨୮) ଗୁରୁତର ଆହତ ହୋଇଛନ୍ତି। ଭ୍ୟାନ୍‌ରେ ବାଇଗଣ ବୋଝେଇ ହୋଇ ଦଶପଲ୍ଲା ପଟୁ ଆସୁଥିଲା। ଏହି ସମୟରେ ଘାଟିରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଡ଼ା ହୋଇଥିବା ଉକ୍ତ ଡମ୍ପରକୁ ଧକ୍କା ଦେଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ଜଣାପଡ଼ିଛି। ପୁରୁଣାକଟକ ପୁଲିସ ସେଠାରେ ପହଂଚି ଦୁର୍ଘଟଣା ଉପରେ ଛାନଭିନ ଆରମ୍ଭ କରିଥିବା ଏସଆଇ ବଳଭଦ୍ର ଗଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe