ବାଘନଦୀ ଉପରେ କାଠପୋଲ ନିର୍ମାଣ କଲେ ଶ୍ରଦ୍ଧାଳୁ, ଗୁପ୍ତେଶ୍ୱର ମହାଦେବଙ୍କ ପୀଠକୁ ଯାତାୟାତ ହେଲା ସହଜ

ବାଘନଦୀ ଉପରେ କାଠପୋଲ ନିର୍ମାଣ କଲେ ଶ୍ରଦ୍ଧାଳୁ, ଗୁପ୍ତେଶ୍ୱର ମହାଦେବଙ୍କ ପୀଠକୁ ଯାତାୟାତ ହେଲା ସହଜ

ବୌଦ୍ଧ: ଜିଲ୍ଲାର ଶଗଡା ପଂଚାୟତ ଖଣ୍ଡିକନପା ଏକ ସୁନ୍ଦର ପ୍ରାକୃତିକ ବଣଭୋଜି ସ୍ଥଳୀ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ପ୍ରସାଶନିକ ଅବହେଳା କାରଣରୁ ଲୁକାୟିତ ଅବସ୍ଥାରେ ରହିଯାଇଛି। ଖଣ୍ଡିକନପା ଗାଁ ନିକଟରେ ଥିବା ବାଘନଦୀର ଅପରପାର୍ଶ୍ଵରେ ମୁକ୍ତାକାଶରେ ଗୁପ୍ତେଶ୍ୱର ମହାଦେବଙ୍କ ପୀଠ ରହିଛି। ମାତ୍ର ସେଠାକୁ ଯିବାକୁ ହେଲେ ନଦୀ ପାର ହେବାକୁ ପଡିଥାଏ। ପ୍ରତି ବର୍ଷ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଲୋକ ଏହି ଦର୍ଶନୀୟ ସ୍ଥାନକୁ ବଣଭୋଜି ଓ ଶିବଙ୍କ ଦର୍ଶନ ପାଇଁ ଆସନ୍ତି।

ତେବେ ସବୁଠାରୁ ରୋଚକ ବିଷୟ ଚଳିତବର୍ଷ ଯାତାୟାତର ସୁବିଧା ପାଇଁ ଅଞ୍ଚଳର କିଛି ଭକ୍ତମାନେ ଏକ ହୋଇ ବାଘନଦୀ ଆର ପାରିକୁ ଯିବା ପାଇଁ କାଠପୋଲ ନିର୍ମାଣ କରିଛନ୍ତି। ପ୍ରତିବର୍ଷ ଅକ୍ଟୋବର ମାସ ଠାରୁ ମାର୍ଚ୍ଚ ମାସ ଯାଏଁ ଖଣ୍ଡି କନ୍‌ପାକୁ ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟି ଥାଏ। ଏହି ଅଞ୍ଚଳର ପ୍ରାକୃତିକ ପରିବେଶ ଓ ଚିରସ୍ରୋତା ବାଘନଦୀର କୂଳୁ କୂଳୁ ନାଦ ସମସ୍ତଙ୍କୁ ବିମୋହିତ କରିଥାଏ।

publive-image Sambad

ଅଞ୍ଚଳବାସୀଙ୍କ ସହଯୋଗ ଓ ଶ୍ରମଦାନରେ କାଠପୋଲ ନିର୍ମିତ ହେବା ପରେ ବର୍ତ୍ତମାନ ଗୁପ୍ତେଶ୍ୱର ମହାଦେବଙ୍କ ପୀଠକୁ ଯାତାୟାତ ସୁଗମ ହୋଇ ପାରିଛି। କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ଓ ପୁର୍ଣ୍ଣିମା ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଥାଏ l ତେବେ ଏହି ପ୍ରାକୃତିକ ପରିବେଶର ସୁରକ୍ଷା ଏବଂ ବିକାଶ ଦିଗରେ ଜିଲ୍ଲା ପ୍ରସାଶନ ଅଧିକ ଯତ୍ନଶୀଳ ହୋଇପାରିଲେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ଅଧିକ ଲୋକଲୋଚନକୁ ଆସି ପାରିବ ବୋଲି ପ୍ରକୃତିପ୍ରେମୀ ମହଲରେ ମତପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe