ବୌଦ୍ଧ: ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିସ ୱାର୍କର୍ସ ଆସୋସିଏସନ ଶନିବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଜିଲ୍ଲାର କୋଣ ଅନୁକୋଣରୁ ଆସି ଜଗନ୍ନାଥ ମନ୍ଦିରରେ ଏକତ୍ରିତ ହୋଇଥିଲେ। ସେଠାରୁ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହି ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ବିକ୍ଷୋଭକାରୀଙ୍କ ସମ୍ମୁଖୀନ ହୋଇଥିଲେ।
ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ଗାଡ଼ିରୁ ଓହ୍ଲାଇବା ସମୟରେ ଜଣେ ମହିଳା ତାଙ୍କ ଗୋଡ଼ ତଳେ ପଡ଼ିଥିଲେ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କମ ଦରମା ଦାବି କରିବା ସହ କାମ ପାରିଶ୍ରମିକରେ ସୋପାନ କାର୍ଯ୍ୟକ୍ରମର ବିରୋଧ କରିଥିଲେ। ଆବଶ୍ୟକ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳକାରୀମାନେ ଜିଦରୁ ଓହରିଥିଲେ।
Follow Us