ବନ ବିଭାଗର ମନମୁଖୀ କାମ:ନିଜ ଜମିର ଗଛକୁ କାଟିବା ଲୋକଙ୍କୁ ହଇରାଣ

Advertisment
ବନ ବିଭାଗର ମନମୁଖୀ କାମ:ନିଜ ଜମିର ଗଛକୁ କାଟିବା ଲୋକଙ୍କୁ ହଇରାଣ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର କୁଶାସିଂଘା, ମୌଜାରରେ ୨୦ ଏକର ଓ ସାତଖଣ୍ଡ ମୌଜାରେ ୩୦ ଏକର ଜମିରେ ମୋହନଜୀ ଲାଲ ଓ ତାଙ୍କ ପରିବାର ୨୫ ବର୍ଷ ହେଲା ଗଛ ଲଗାଇ ଦୁଇଟି ଫଳ ବଗିଚା କରିବା ସହିତ ବିଭିନ୍ନ ପ୍ରକାର ମୂଲ୍ୟବାନ ଗଛ ଲାଗଇ ପରିବେଶ ସୁରକ୍ଷା କାର୍ଯ୍ୟ କରି ଆସୁଥିଲେ। ନିଜ ପୈତୃକ ଜମିରେ ସେ ଗଛ ଲଗାଇ ଆସିଥିଲେ। ତାଙ୍କୁ କୌଣସି ସହାୟତା ମିଳିନଥିଲା। ଗତ ୨୦୧୩ ମସିହାରେ ଫାଇଲିନ ସମୟରେ କିଛି ଗଛ ଭାଙ୍ଗି ପଡ଼ିଥିବା ବେଳେ ଏହାକୁ କାଟିବା ପାଇଁ ପୁରୁଣାକଟକ ରେଞ୍ଜ ଅଧିକାରୀଙ୍କୁ ଶ୍ରୀ ଲାଲ ଅନୁମତି ମାଗିଥିଲେ। ମାତ୍ର ସଂପୃକ୍ତ ରେଞ୍ଜ ଅଧିକାରୀ ଗଛ କାଟିବା ପାଇଁ ଆଜି ସୁଦ୍ଧା ଅନୁମତି ଦେଇନାହାନ୍ତି। ପରେ ବାଧ୍ୟ ହୋଇ ଶ୍ରୀ ଲାଲ ଭାଙ୍ଗି ପଡ଼ିଥିବା ଗଛ ସବୁକୁ କାଟିବାର ବ୍ୟବସ୍ଥା କରିଥିଲେ। ମାତ୍ର ମାଟିରେ ଉପୁଡି ପଡିଥିବା ଗଛକୁ କାଟିବା ସମୟରେ ପୁରୁଣାକଟକ ରେଞ୍ଜ ଅଧିକାରୀ ସଦଳବଳ ଶ୍ରୀ ଲାଲଙ୍କ ଫାର୍ମ ହାଉସରେ ପହଞ୍ଚି ତାଙ୍କୁ କାଠ ଚୋରି କରିଥିବା ଅଭିଯୋଗରେ ଗିରଫ କରି ତାଙ୍କର ବ୍ୟବହୃତ ଆସବାବପତ୍ର ମଧ୍ୟ ଜବତ କରିଥିଲେ।

ରେଞ୍ଜ ଅଧିକାରୀଙ୍କୁ ଶ୍ରୀ ଲାଲ ଡିଏଫଓଙ୍କୁ ଦେଇଥିବା ପତ୍ରର ନକଲ ଦେଖାଇଲେ ମଧ୍ୟ ସେ ତାହା ଶୁଣିବାକୁ ପ୍ରସ୍ତୁତ ନଥିଲେ। ବେଆଇନ ଭାବେ କାଠ ଚାଲାଣ କରୁଥିବା ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କ ଘରେ ବ୍ୟବହୃତ ଆସବାବପତ୍ର ସହିତ ଶୋଇଲା ଖଟକୁ ମଧ୍ୟ ଜବତ କରିଥିଲେ। ଶ୍ରୀ ଲାଲ ଏହାର ପ୍ରତିବାଦ କରି ଡିଏଫଓଙ୍କୁ ଏକ ପତ୍ର ଦେବା ସହ ଗଣମାଧ୍ୟମକୁ ମଧ୍ୟ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି। ଏ ବିଷୟରେ ପୁରୁଣାକଟକ ରେଞ୍ଜ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, କାଠ କାଟିବା ସହ ଫର୍ଣ୍ଣିଚର ପ୍ରସ୍ତୁତ ହେଉଥିଲା। ତେଣୁ ତାହାକୁ ଜବତ କରାଯାଇଛି। ମାତ୍ର କାଠ ନିଜ ଜମିରେ କଟାଯାଇଥିଲା କି ନାହିଁ ବୋଲି ପଚାରିବାରୁ ସେ ଏହାର କୌଣସି ଉତ୍ତର ଦେଇ ନଥିଲେ। ଏ ବିଷୟରେ ଡିଏଫଓ ଯଶୋବନ୍ତ ସେଠୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପୁରୁଣାକଟକ ରେଞ୍ଜ ଅଫିସର ଏହା କରିଛନ୍ତି। ଅଭିଯୁକ୍ତଙ୍କ ନିଜ ଜମିରେ ଗଛ ଲାଗିଥିବା ଓ ତାହାକୁ ସେ କାଟିଥିବାର ସୂଚନା ତାଙ୍କୁ ଦିଆଯାଇନଥିଲା। ଏହା ଜାଣିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସେଠୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe