ଶାଳକାଠ ସହ ଗାଡ଼ି ଜବତ, ୩ ଗିରଫ

Advertisment
ଶାଳକାଠ ସହ ଗାଡ଼ି ଜବତ, ୩ ଗିରଫ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ବନାଞ୍ଚଳ ଅଧୀନସ୍ଥ ପୋଢହଳ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଚଢ଼ଉ କରି ଶାଳକାଠ ସହ ଗୋଟିଏ ମ୍ୟାକ୍ସ ପିକ୍‌ଅପ୍‌ ଗାଡ଼ି ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମାଧପୁର ରେଞ୍ଜ ଅଧୀନସ୍ଥ ପୋଢହଳ ଜଙ୍ଗଲରୁ ଗୋଟିଏ ମ୍ୟାକ୍ସ ପିକ୍‌ଅପ୍‌ ଗାଡ଼ିରେ ଶାଳକାଠ ବୋଝେଇ ହୋଇ ପୁରୁଣା କଟକ ପୀତାମ୍ବରପୁର ଅଞ୍ଚଳକୁ ଚାଲାଣ ହେଉଥିଲା। ଖବର ପାଇ ବନ ବିଭାଗ ଚଢ଼ଉ କରି ଉକ୍ତ ଗାଡ଼ିକୁ ଜବତ କରିବା ସହ ଗାଡ଼ିରୁ ୩୫ଖଣ୍ଡ ଶାଳକାଠ ଜବତ କରିଥିଲା। ଅଭିଯୁକ୍ତ ସୁଶାନ୍ତ ବେହେରା, ସୁବ୍ରତ ନାଏକ, ନୀଳକଣ୍ଠ ବେହେରାଙ୍କୁ ଗିରଫ କରିଥିବା ମାଧପୁର ରେଞ୍ଜ ଅଫିସର ଆଶିଷ ଦିଗାଲ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe