କୁମ୍ଭମେଳା ଫେରନ୍ତା ମୃତକଙ୍କ ସମ୍ପର୍କୀୟ ଦୋକାନ ସିଲ୍

Advertisment
କୁମ୍ଭମେଳା ଫେରନ୍ତା ମୃତକଙ୍କ ସମ୍ପର୍କୀୟ ଦୋକାନ ସିଲ୍

ହରଭଙ୍ଗା: କୁମ୍ଭମେଳାରୁ ଫେରି ମୃତ୍ୟୁବରଣ କରିଥିବା ଧଳପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ ଦାସଙ୍କ ମୃତଦେହକୁ କାନ୍ଦ ଦେବାପାଇଁ ପରିବାର ଓ ଆତ୍ମୀୟ ସ୍ୱଜନ କେହି ରାଜି ହୋଇନଥିଲେ। ଫଳରେ ରବିବାର ପ୍ରଶାସନର ତତ୍ତ୍ୱାବଧାନରେ ଆମ୍ବୁଲାନ୍ସ ଯୋଗେ ଶ୍ମଶାନକୁ ନିଆଯାଇ ଗତକାଲି ଧଳପୁରରେ ଦାହ ସଂସ୍କାର କରାଯାଇଥିଲା। ତେବେ ସେଠାକୁ ଅନ୍ତିମ ଦର୍ଶନ ପାଇଁ ଯାଇଥିବା ହରଭଙ୍ଗାର ଜଣେ ନିକଟ ସମ୍ପର୍କୀୟ ସେଠାରୁ ଫେରି ଆଜି ଔଷଧ ଓ ହାର୍ଡୱେର ଦୋକାନ ଖୋଲିଥିବା ସୂଚନା ପାଇ ହରଭଙ୍ଗା ତହସିଲଦାର ଓ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚି ଦୋକାନ ଗୃହକୁ ସିଲ କରିଥିବା ଜଣାପଡ଼ିଛି।
ଏଥି ସହିତ ସମ୍ପୃକ୍ତ ସମ୍ପର୍କୀୟଙ୍କ ପରିବାରର ସମସ୍ତ ସଦସ୍ୟଙ୍କ କୋଭିଡ ପରୀକ୍ଷା କରାଇବାକୁ ପରାମର୍ଶ ଦେଇ ରିପୋର୍ଟ ପଜିଟିଭ ଆସିବା ପରେ ତାକୁ ଦେଖାଇ ଅନୁମତି ନେବାପରେ ହିଁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ତହସିଲଦାର ଶମ୍ଭୁଭୂଷଣ ମିଶ୍ର ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଦୋକାନ ଗୃହ ସିଲ କରାଯିବା ସମୟରେ ହରଭଙ୍ଗା ଥାନା ଆଇ ଆଇ ସି ସୁବ୍ରମଣ୍ୟ ପ୍ରଧାନ ଏବଂ ଏ ଏସ ଆଇ ପ୍ରାଣବନ୍ଧୁ ସାହୁ ଓ ପୋଲିସ ଷ୍ଟାଫ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe