ସିଟାନି ଘାଟିରୁ ଗଳିତ ଶବ ଉଦ୍ଧାର

Advertisment
ସିଟାନି ଘାଟିରୁ ଗଳିତ ଶବ ଉଦ୍ଧାର

ଘଣ୍ଟାପଡ଼ା: କଣ୍ଟାମାଳ ଥାନା କଣ୍ଟାମାଳ ବାଳନ୍ଦାପଡା ସିଟାନି ଘାଟିରୁ ପୁଲିସ ରବିବାର ଏକ ଗଳିତ ଶବ ଉଦ୍ଧାର କରିଛି।
ଘାଟିରେ ଏକ ଶବ ପଡ଼ି ଦୁର୍ଗନ୍ଧ ହେଉଥିବା ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ କଣ୍ଟାମାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ମୃତକ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଦୁବୁଲା ଗାଁର ଲିଙ୍ଗରାଜ ମାଝୀ (୫୫) ବୋଲି କହିଥିଲେ। ଫଳରେ ପୁଲିସ ମୃତକଙ୍କ ପରିବାରକୁ ଖବର କରିଥିଲା। ସେମାନେ ଆସି ଶବ ଚିହ୍ନଟ କରିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ୪ ଦିନ ତଳେ ଲିଙ୍ଗରାଜ ଘରୁ ବାଇକ୍‌ରେ ବାହାରି ଥିଲେ। ମାତ୍ର କୁଆଡ଼େ ଯାଉଛନ୍ତି ଘରେ କିଛି କହି ନଥିଲେ। ସେହିଦିନଠାରୁ ସେ ଆଉ ଘରକୁ ଫେରି ନଥିଲେ। ଶବ ନିକଟରେ ତାଙ୍କ ବାଇକ୍‌ ବି ପଡ଼ି ରହିଥିଲା। ଶବଟି ପଚି ଯାଇଥିବାରୁ ମୃତ୍ୟୁର କାରଣ ଜଣା ପଡ଼ି ନାହିଁ। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe