Advertisment

ସୁବଳ ହତ୍ୟାକାଣ୍ଡରୁ ପରଦା ହଟିଲା: ବାପାଙ୍କ ପରକୀୟା ପ୍ରୀତିକୁ ବିରୋଧ କରି ଜୀବନ ଗଲା

Advertisment

ଜେଲ ଗଲେ ବାପା ଓ ଭଉଣୀ ଜ୍ବାଇଁ

ଜେଲ ଗଲେ ବାପା ଓ ଭଉଣୀ ଜ୍ବାଇଁ

ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

କଣ୍ଟାମାଳ: ମନମୁଣ୍ଡା ପୁଲିସ ବହୁ ଚର୍ଚ୍ଚିତ ସୁବଳ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବାରେ ସଫଳ ହୋଇଛି। ସମୁଦୁଣି ସହ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ନିଜ ବାପା ହିଁ ସୁବଳଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ ସୁବଳଙ୍କ ବାପା ବନମାଳି ତେଲେଙ୍ଗା ଓ ଭଉଣୀ ଜ୍ବାଇଁ ରାଜେନ୍ଦ୍ର କୁଡ଼ାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୁତ୍ରରୁ ପ୍ରକାଶଯେ, ରତାଖଣ୍ଡି ଜଙ୍ଗଲ ତଳେ ରହୁଥିବା ବନମାଳୀଙ୍କ ୩ ଜଣ ସ୍ତ୍ରୀ ଥିବା ସତ୍ତ୍ବେ ନିଜ ପୁଅ ସୁବଳଙ୍କ ଶାଶୂଙ୍କ ସହିତ ପରକୀୟା ପ୍ରୀତିରେ ଲିପ୍ତ ଥିଲେ। ତାଙ୍କୁ ବିବାହ କରି ନିଜ ଘରେ ରଖିବାକୁ ବନମାଳି ଜିଦ୍ ଧରିଥିଲେ। ଏହାକୁ ସୁବଳ ବିରୋଧ କରୁଥିଲେ। ତେଣୁ ସୁବଳଙ୍କୁ ରାସ୍ତାରୁ ହଟାଇବାକୁ ବନମାଳି ତାଙ୍କ ଜ୍ବାଇଁ ରାଜେନ୍ଦ୍ର କୁଡା ଓରଫ୍‌ ଶିବା ସହ ଯୋଜନା କରିଥିଲେ।

ଯୋଜନା ଅନୁସାରେ ଗତ ୧୫ ତାରିଖ ସନ୍ଧ୍ୟା ୭ଟାରେ ୩ ଜଣ ଯାକ ମିଶି ମଦ ଓ ଗଞ୍ଜେଇ ଖାଇ ସାରିଲା ପରେ ସୁବଳକୁ ହଠାତ୍ ଶିବା ଜାବୁଡି ଧରିଥିଲା। ଏତିକି ବେଳେ ବନମାଳି ପୂର୍ବରୁ ଲୁଚାଇ ରଖିଥିବା ଦାଢ଼ିକଟା ଖୁରରେ ସୁବଳଙ୍କ ବେକକୁ କାଟି ଦେଇଥିଲା। ବିଳମ୍ବିତ ରାତିରେ ବନମାଳି ଓ ଶିବା ଉଭୟେ ମିଶି ସୁବଳଙ୍କ ଶବକୁ ଘୋଷାଡ଼ି ଆଣି ପଲସାଗୋରା ବାବା ଢାବା ନିକଟରେ ଫୋପାଡି ଦେଇଥିଲେ। ପରଦିନ ସୁବଳଙ୍କ ସ୍ତ୍ରୀ ଆରତୀଙ୍କ ଅଭିଯୋଗକ୍ରମେ ପୁଲିସ ବନମାଳୀ ଓ ଶିବାକୁ ଅଟକ ରଖି ପଚରାଉଚୁରା ପରେ ଅସଲ ରହସ୍ୟ ଜଣାପଡ଼ିଥିଲା। ଉଭୟଙ୍କୁ ପୁଲିସ ବୁଧବାର ଗିରଫ କରି କଣ୍ଟାମାଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରିଥିଲା। ଉଭୟଙ୍କ ପକ୍ଷରୁ କେହି ଜାମିନଦାର ଆସି ନଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଭୟଙ୍କୁ ବୌଦ୍ଧ ଜେଲକୁ ପଠାଇ ଦିଆଯାଇଥିବା ଆଇଆଇସି ଗୋପୀନାଥ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe