ବାଉଁଶୁଣି: ୫୬ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବହିରା ନିକଟରେ ବୁଧବାର ରାତିରେ ଏକ ଟ୍ୟାଙ୍କର (ଓଅର୦୯-ଇ-୯୦୯୯)ଟି ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡ଼ିଛି। ଫଳରେ ଡ୍ରାଇଭର ସମୀର ମୁଦୁଲି, ହେଲପର ଲକ୍ଷ୍ମୀଧର ଦାସ ଓ ଗାନ୍ଧି ପ୍ରଧାନ ଗୁରୁତର ହୋଇଥିଲେ। ଆହତଙ୍କୁ ପ୍ରଥମେ ବାଉଁଶୁଣି ଡାକ୍ତରଖାନାରେ ଚିକିିସା କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏନେଇ ବାଉଁଶୁଣି ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଟ୍ୟାଙ୍କରଟି ସୋନପୁର ପଟୁ ବୌଦ୍ଧ ଆଡ଼କୁ ଯାଉଥିଲା।
ନାଳକୁ ଖସିଲା ଟ୍ୟାଙ୍କର, ୩ ଗୁରୁତର
Advertisment
Follow Us