ରାଜନୈତିକ ସମ୍ପୃକ୍ତି ଅଭିଯୋଗରେ ଶିକ୍ଷକଙ୍କୁୁ ବଦଳି!

Advertisment
ରାଜନୈତିକ ସମ୍ପୃକ୍ତି ଅଭିଯୋଗରେ ଶିକ୍ଷକଙ୍କୁୁ ବଦଳି!

କଣ୍ଟାମାଳ : ରାଜନୈତିକ ସମ୍ପୃକ୍ତି ଅଭିିଯୋଗରେ ଵୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖମନମୁଣ୍ଡା ପଞ୍ଚାୟତ ସରପଞ୍ଚ ଅଳକା ପ୍ରଧାନଙ୍କ ସ୍ବାମୀ ତଥା ନୂଆପାଲି ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରାଯାଇଛି। ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜେ ସୋନାଲଙ୍କ ନିର୍ଦ୍ଦେଶରେ ଵୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୧୦୭୧/୧୩.୪.୨୦୨୪ ପ୍ରକାରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ଭାବନାକୁ ଏଡ଼ାଇବାକୁ  ବୌଦ୍ଧ ନିର୍ବାଚନ ମଣ୍ଡଳୀର ମଥୁରା ଗ୍ରାମ ପଞ୍ଚାୟତ ହାଇସ୍କୁଲକୁ  ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe