କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଫରେଷ୍ଟ ରେଞ୍ଜ ଘଣ୍ଟାପଡ଼ା ଅଞ୍ଚଳରୁ ପୁଣି ବାଘ ଛାଲ ଜବତ ହୋଇଥିବାର ଖବର ମିଳିଛି। ଏସଟିଏଫ ଓ ବନ ବିଭାଗ ପକ୍ଷରୁ ବୌଦ୍ଧ କନ୍ଧମାଳ ସୀମାନ୍ତ ଘଣ୍ଟାପଡ଼ାରେ ଚଢ଼ାଉ କରି ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଏସଟିଏଫ ଧରିଥିଲା। ଅଭିଯୁକ୍ତ ହେଲେ ବାଲିଗୁଡା ଥାନା ତରୁଘାଟ ଗ୍ରାମର ସଙ୍କୀର୍ତ୍ତନ ନାୟକ। ଅଧିକ ସୂଚନା ପାଇଁ ଅଭିଯୁକ୍ତକୁ କଣ୍ଟାମାଳ ରେଞ୍ଜରେ ଅଟକ ରଖି ପଚରାଉଚରା ଜାରି ରଖିଛି ଏସଟିଏଫ ଓ ବନ ବିଭାଗ।
ପୁଣି ବାଘଛାଲ ଜବତ କଲା ଏସଟିଏଫ
Advertisment
Follow Us