ବାଇକ ସହ ୨ ଚୋର ଗିରଫ

Advertisment
ବାଇକ ସହ ୨ ଚୋର ଗିରଫ

ମନମୁଣ୍ଡା: ମନମୁଣ୍ଡା ପୁଲିସ ବୌଦ୍ଧ ଜିଲ୍ଲା ଦହ୍ୟା ହାଟପଦାରୁ ଗତ ୮ ତାରିଖରେ ଚୋରି ହୋଇଥିବା ଏକ ବାଇକକୁ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି। ଗତ ୮ ତାରିଖ ଦିନ ତରଭା ଥାନା ଅନ୍ତର୍ଗତ ମେଣ୍ଡା ଗାଁର ସନ୍ତୋଷ ମେହେର ମନମୁଣ୍ଡା ଶିବ ମନ୍ଦିର ନିକଟ ଏକ ଦୋକାନକୁ ବିଦ୍ୟୁତ୍‌ ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ ତାଙ୍କ ବାଇକଟି ଚୋରି ହୋଇ ଯାଇଥିଲା। ଏନେଇ ସେ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଶୁକ୍ରବାର ମନମୁଣ୍ଡା ପୁଲିସ ଦହ୍ୟା ହାଟପଦାରୁ ଦେବଗଡ଼ ଜିଲ୍ଲା ରିଆମାଲ ଥାନା ଅନ୍ତର୍ଗତ ଭିତରପାଟି ଗାଁର ବୁଧୁ ଓରଫ ବୁଦ୍ଧ ମେହେର (୨୫) ସୁବ୍ରତ ବେହେରା (୧୯)ଙ୍କୁ ଗିରଫ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ୍‌କୁ ପଠାଇ ଦିଆଯାଇଛି ବୋଲି ତଦନ୍ତକାରୀ ପୁଲିସ ଅଫିସର ପାଣ୍ଡବ ଜେନା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe