ଆରଏସଏସର ଶତାବ୍ଦୀ ସମାରୋହ ବିଜୟା ଦଶମୀ ଉତ୍ସବ ପାଳିତ

ବୌଦ୍ଧ ବ୍ଲକ ଜନ୍ହାପଙ୍କ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଶତାବ୍ଦୀ ସମାରୋହ ଅବସରରେ ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l

bdh

ଜହ୍ନlପଙ୍କ: ବୌଦ୍ଧ ବ୍ଲକ ଜନ୍ହାପଙ୍କ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଶତାବ୍ଦୀ ସମାରୋହ ଅବସରରେ ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ପୂର୍ବତନ ଜିଲ୍ଲା ସଂଘ ଚାଳକ ପର୍ଶୁରାମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଆରଏସଏସର ବଲାଙ୍ଗୀର ବିଭାଗ ସମ୍ପର୍କ ପ୍ରମୁଖ ଗଜେନ୍ଦ୍ର ବାରିକ, ଭାରତୀୟ ଶିକ୍ଷଣ ମଣ୍ଡଳ ପ୍ରାନ୍ତ ସମିତି ସଦସ୍ୟ ବିଜୟ କୁମାର ସାହୁ, ବୌଦ୍ଧ ନଗର କାର୍ଯବାହ ଦିଲ୍ଲୀପ କୁମାର ସାହୁ ଯୋଗ ଦେଇ ସଂଘର ଏବଂ ଗଠନ ସମ୍ପର୍କରେ କହିବା ସହିତ ସଂଘ ରାଷ୍ଟ୍ରର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହିତ ପରିବାର କିପରି ସଂସ୍କାରିତ ହେବ ସେଥିପାଇଁ ସବୁବେଳେ ଚେଷ୍ଟା କରି ଆସିଛି ବୋଲି ବକ୍ତବ୍ୟ ଦେଇ ଥିଲେ।

ଜିଲ୍ଲା ସେବା ପ୍ରମୁଖ ସତ୍ୟ ନାରାୟଣ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଚଳିତ ବିଜୟା ଦଶମୀ ରେ ୧୦୦ ବର୍ଷ ପୂର୍ତ୍ତି ସମାରୋହ ପାଳନ କରୁଥିବା ବେଳେ ସଂଘର ସଂଘର୍ଷ ମୟ ଜୟ ଯାତ୍ରା ସମ୍ପର୍କରେ ଅତିଥି ମାନେ ବର୍ଣ୍ଣନା କରିଥିଲେ।

 Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe