ଲକ୍ଷ୍ମୀପ୍ରସାଦ: ଆମ ସମାଜ ଯେତେ ଆଧୁନିକତାର ରାସ୍ତାରେ ଯାଉଥିଲେ ମଧ୍ୟ କୁସଂସ୍କାର ସଂପୂର୍ଣ୍ଣ ରୂପେ ଯାଇନାହିଁ। ଅଜି ବି ଆମ ସମାଜରେ ଅନେକ ପ୍ରଭାବୀ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ହାତମୁଠାରେ ରଖିବାକୁ ଉଦ୍ୟମ କରିଥାନ୍ତି। ସେମାନଙ୍କର ନିର୍ଦ୍ଦେଶନାରେ ସମାଜ ପରିଚାଳିତ ହୋଇଥାଏ। ଅନ୍ୟପଟରେ ଅବହେଳିତ ଓ ଗରିବ ଲୋକଙ୍କୁ ମାନସିକ ନିର୍ଯାତନାର ସାମ୍ନା କରିବାକୁ ପଡ଼ିଥାଏ। ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଜଗତି ଗ୍ରାମରେ ଆଜି ଏଭଳି ଏକ ପରିସ୍ଥିତି ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ବିଲ୍ କରାଇ ଦେବାକୁ କହି ୫ ହଜାର ଲାଞ୍ଚ ନେଉଥିଲେ
ସରକାର କୁଷ୍ଠରୋଗ ନିରାକରଣ ଓ ସଚେତନ ବ୍ୟାପକ ପଦକ୍ଷେପ ନେଇଛନ୍ତିl କିନ୍ତୁ ଏହି ଯୋଜନା ଲୋକଙ୍କ ପାଖକୁ ଆସୁଥିଲେ ମଧ୍ୟ ସଚେତନତାର ଅଭାବ ପରିଲକ୍ଷିତ ହେଉଛି। କୁଷ୍ଠରୋଗରେ ପୀଡ଼ିତଙ୍କୁ ବାସନ୍ଦ କରାଯାଉଛି। ସମାଜରେ କୁସଂସ୍କାର ସହ ଅନ୍ଧ ବିଶ୍ୱାସରେ ମଣିଷ ମାନବିକତା ହରାଇ ସମାଜ ଠାରୁ ତାକୁ ଦୂରେଇ ଦିଆଯାଇଛିl ସରକାରଙ୍କ ସଚେତନତାମୂଳକ କାର୍ଯ୍ୟକ୍ରମ ସମାଜରେ ତାର ପ୍ରଭାବ ପଡ଼ି ପାରୁନାହଁ କହିଲେ କିଛି ଭୁଲ୍ ହେବ ନାହିଁ।
ଏହି ଖବର ପଢ଼ନ୍ତୁ: ବିକଶିତ ହୋଇ ହସିବ ବଣ୍ଡାଘାଟି
ଜଗତି ଗାଁରେ ସତ୍ୟଭାମା ପାତ୍ର (୬୨)ଙ୍କ ସ୍ବାମୀ କିଛି ବର୍ଷ ଆଗର ସ୍ବର୍ଗାବାସ ହୋଇଛନ୍ତି। ତାଙ୍କର ୨ ଝିଅ ବିବାହ ହୋଇସାରିଛି। ସେ ଗାଁ ମୁଣ୍ଡରେ ଏକାକୀ ରହୁଥିଲେl ସେ ଦୀର୍ଘ ଦିନ ହେବ କୁଷ୍ଠଜନିତ ରୋଗରେ ପୀଡ଼ିତ ଥିଲେl ଗୁରୁବାର ରାତି ୯ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର ୧୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ୍ୟ ପାଖକୁ କେହି ଆସି ନଥିଲେ। ଗାଁ ଲୋକଙ୍କୁ ଡାକିବାରୁ କେହି ମଧ୍ୟ୍ୟ ଆସି ନଥିଲେ। ମୃତଦେହ ସେହିଭଳି ଭାବେ ପଡ଼ି ରହିଥିଲାl ଶବରୁ ପୋକ ମଧ୍ୟ ବାହାରୁଥିଲେ।
ଏହି ଖବର ପଢ଼ନ୍ତୁ: ବିନା ଅନୁମତିରେ ‘ଜିରୋ ନାଇଟ୍’ର ଆୟୋଜନ ମନା
ଏହି ଅଭାବନୀୟ ଖବର ମା ମାହେଶ୍ୱରୀ ସେନା ଜାଣିବାକୁ ପାଇଥିଲା। ମାହେଶ୍ୱରୀ ସେନାର ସକ୍ରିୟ ସଦସ୍ୟ ମହେନ୍ଦ୍ର ମହାକୁଳ ନେତୃତ୍ୱରେ କୃତିବାସ ପଲିଆ ଓ ଶମ୍ଭୁ ଗିରି ଆସି ଲୋକଙ୍କୁ ବୁଝାଇ ଥିଲେl ଶେଷରେ ଗ୍ରାମର ଯୁଧିଷ୍ଠିର ବାରିକ, ଭଉଣୀ ଜ୍ୱାଇଁ ଓ ପୁତୁରାଙ୍କ ସହଯୋଗରେ ମହାନଦୀ କୂଳକୁ ସତ୍ୟଭାମାଙ୍କ ମୃତଦେହ ନିଆଯାଇଥିଲା। କିନ୍ତୁ ଶବଦାହ ପାଇଁ ଆବଶ୍ୟକ କାଠ ନଥିବାରୁ ମହାନଦୀ ଘାଟରେ ଶବକୁ ପୋତି ଦିଆଯାଇଥିଲାl
ଏହି ଖବର ପଢ଼ନ୍ତୁ: ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/20/aaff742b-fc38-4eb9-9aa0-cd2e95e66fe5.jpg)