ଭୁବନେଶ୍ବର: କ୍ୟାଲେଣ୍ଡର ବର୍ଷ-୨୦୨୪ ସରିସରି ଆସୁଛି। ବର୍ଷ ‌ଶେଷ ହେଉଥିବାରୁ ଯୁବପିଢ଼ି ଏକ ପ୍ରକାର ଉତ୍ସାହିତ ଲୟରେ ଦେଖାଯାଉଛନ୍ତି। ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭିଡ଼ ଦେଖିବାକୁ ମିଳୁଛି। ବର୍ଷର ଅନ୍ତିମ ସପ୍ତାହରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଅଧିକ ଭିଡ଼ ରହିପାରେ। ମନ୍ଦିର, ପାହାଡ଼ ନିକଟରେ ଥିବା ଜଳପ୍ରପାତ, ବେଳାଭୂମି ନିକଟ ଝାଉଁବଣ, ନଦୀ-ନାଳକୂଳରେ ଭୋଜିର ଆସର ଅଧିକ ଜମିବ। ସବୁଠାରୁ ବର୍ଷର ଶେଷ ରାତିରେ ଓ ନୂଆବର୍ଷର ପ୍ରଥମ ରାତିରେ ଜୋରଦାର ଉତ୍ସବ ପାଳନ ହେବ। ଜିରୋ ନାଇଟ୍‌ ଭାବେ ଅଧିକ ଜଣାଶୁଣା ଏହି ମୁହୂର୍ତ୍ତ ତଥା ୨୦୨୫ ଜାନୁଆରି ୧ ତାରିଖ ରାତି ୧୨ଟା ପରଠାରୁ ବିଳମ୍ବିତ ସମୟ ଯାଏଁ ଯୁବପିଢ଼ି ଅଧିକ ଉତ୍ସାହିତ ହେବେ। ଗ୍ରାମାଞ୍ଚଳ ତୁଳନାରେ ସହରିଆ ଲୋକେ ଅଧିକ ମଜାମସ୍ତି କରିବେ। 

Advertisment

ଏହି ଖବର ପଢ଼ନ୍ତୁ: ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା

ଆସନ୍ତା ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର ବୋଲି କୁହାଯାଇଛି। ଅବକାରୀ ବିଭାଗର ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅବକାରୀ କମିସନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି।

ଏହି ଖବର ପଢ଼ନ୍ତୁ: ବିଲ୍ କରାଇ ଦେବାକୁ କହି ୫ ହଜାର ଲାଞ୍ଚ ନେଉଥିଲେ

ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ଏବେ ଠାରୁ ବଡ଼ବଡ଼ ହୋଟେଲ, ରେଷ୍ଟୁରାଣ୍ଟ, ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗନ୍ତୁକମାନଙ୍କ ପାଇଁ ହୋଟେଲଗୁଡ଼ିକରେ ପ୍ୟାକେଜ୍‌ ବ୍ୟବସ୍ଥା ହୋଇଛି। ଇଭେଣ୍ଟ୍‌ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟ ଜିରୋନାଇଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନୂଆବର୍ଷରେ ନିଶା କାରବାର ଅଧିକ ହୋଇପାରେ। ତେବେ ଏସବୁକୁ ଦୃଷ୍ଟିରେ ରଖି ସରକାର କଟକଣା ଲଗାଇଛନ୍ତି। 

ଏହି ଖବର ପଢ଼ନ୍ତୁ: ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ

ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଅବକାରୀ ବିଭାଗ କଟକଣା ଲାଗୁ କରିଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର ବୋଲି କୁହାଯାଇଛି। ଅବକାରୀ ବିଭାଗର ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅବକାରୀ କମିସନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି। ଅନ୍ୟପଟରେ ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗକୁ ବିଭିନ୍ନ ସୂତ୍ରରୁ ଖବର ଆସିଛି। ଏହାକୁ ରୋକିବା ପାଇଁ ଖୁବଶୀଘ୍ର ବିଭାଗ ପଦକ୍ଷେପ ନେବ ବୋଲି ଅବକାରୀ କମିସନର ଶ୍ରୀ ଭୋଳ ଚେତାବନୀ ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: ବର ବିନା ବିବାହ ଶୋଭାଯାତ୍ରା ହେଉଛି