ଖତ ଖାଉଛି ସରକାରୀ କ୍ୱାର୍ଟର୍ସ

ଖତ ଖାଉଛି ସରକାରୀ କ୍ୱାର୍ଟର୍ସ

ବାଉଁଶୁଣି: ବୌଦ୍ଧ ଜିଲ୍ଲା ମ୍ୟାଲେରିଆ ପ୍ରବଣ ଗୁନ୍ଦୁଳିଆ ପଞ୍ଚାୟତର ତିଲପଙ୍ଗା ଗ୍ରାମରେ ନିର୍ମାଣ କାରାଯାଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୱାର୍ଟର୍ସ ଗତ ପାଞ୍ଚ ବର୍ଷ ହେବ ବ୍ୟବହାର ନହୋଇ ଭୂତ କୋଠିରେ ପରିଣତ ହୋଇଛି। କ୍ୱାର୍ଟର୍ସରେ ବିଦ୍ୟୁତ ଓ ପାଣି ଭଳି ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇ ନଥିବାରୁ ଏହି ଘର ଉପଯୋଗୀ ହୋଇ ରହି ନାହିଁ। ଫଳରେ କ୍ୱାର୍ଟର୍ସ ପରିସରରେ ଅନାବନା ଗଛ ସବୁ ଉଠି ଖତଗଦାରେ ପରିଣତ ହୋଇଯାଇଛି। ତେଣୁ ଏଠିକାର ସ୍ୱାସ୍ଥ୍ୟ କର୍ମୀ ଏଠାରେ ନରହି ଅନ୍ୟତ୍ର ରହୁଛନ୍ତି ଏବଂ ଏଥି ଯୋଗୁଁ ରୋଗୀ ଓ ଗର୍ଭବତୀ ମାଁ ମାନେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଏହି କ୍ୱାର୍ଟର୍ସର ଆବଶ୍ୟକ ସୁବିଧା କରାଯିବାକୁ ତିଲପଙ୍ଗା ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe