ଆଡ଼େଣିଗଡରେ ପାନୀୟ ଜଳ ଯୋଗାଣ ପ୍ରହସନ: ୨ ଓ୍ଵାର୍ଡର ୧୨ଶହ ଲୋକ ପାଣି ପାଇଁ ଡହଳବିକଳ

ଆଡ଼େଣିଗଡରେ ପାନୀୟ ଜଳ ଯୋଗାଣ ପ୍ରହସନ: ୨ ଓ୍ଵାର୍ଡର ୧୨ଶହ ଲୋକ ପାଣି ପାଇଁ ଡହଳବିକଳ

ଚାରିଛକ: ହରଭଙ୍ଗା ବ୍ଲକ ସଦର ମହକୁମାରୁ ୧୭ କିମି ଦୂର ଆଡେଣିଗଡ଼ ପଞ୍ଚାୟତ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଆଡେଣିଗଡ ଗାଁର ୨ଟି ଓ୍ଵାର୍ଡରେ ୧୫୦ରୁ ଅଧିକ ପରିବାରରେ ୧୨୦୦ ଲୋକ ବସବାସ କରୁଛନ୍ତି। ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ୨୦୧୧-୧୨ ମସିହାରେ ଗ୍ରାମରେ ଜଳ ଓ ପରିମଳ ବିଭାଗ ପକ୍ଷରୁ ଆଡେଣିଗଡ଼ ଶିବ ମନ୍ଦିର ସାହିରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ଯୋଜନାରେ ପ୍ରଥମେ ବୋରେଓ୍ଵଲ ଖୋଳି ପାଇପ୍‌ ବିଛାଇବା ସହ ୨୫ଟି ଷ୍ଟାଣ୍ଡପୋଷ୍ଟ ନିର୍ମାଣ ହୋଇଥିଲା। ପାଣି ଯୋଗାଣ ପାଇଁ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ସରିଥିଲା। ମାତ୍ର କିଛି ଦିନ ଜଳ ଯୋଗାଣ ପରେ ଏହା ବନ୍ଦ ହୋଇଯାଇଥିଲା। ୭ ବର୍ଷ ହେଲା ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବାରୁ ଲୋକଙ୍କୁ ବର୍ଷ ସାରା ପାଣି ପାଇଁ କୂଅ, ନଳକୂପ ଉପରେ ନିର୍ଭର କରିବାକୁ ପଡୁଛି। ବିଶେଷ କରି ଆଡେଣିଗଡ ନୂଆସାହିରେ ପିଇବା ପାଣି ଉତ୍କଟସମସ୍ୟା ଯୋଗୁଁ ସାହିଲୋକେ ଦୁଇ କିଲୋମିଟର ଦୂର ଏକ କୂଅରୁ ପାଣି ସଂଗ୍ରହ କରୁଥିବା ଅନନ୍ତ କହଁର, ଶିବ ହଂସ, ନାରାୟଣ କହଁର, ସଦାନନ୍ଦ ଗୁରୁ, ଅଧିବାସ ପ୍ରଧାନ, ବିଶିକେଶନ ଗୁରୁ, ଶୁକଦେବ ଭୋଇ ପ୍ରମୁଖ ଅଭିଯୋଗ କରିଛନ୍ତି।

ଏ ସଂର୍ପକରେ ଗାଁ ଲୋକେ ବାରମ୍ବାର ଜିଲ୍ଲା ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲାପାଳ ଏବଂ ରାଜନୈତିକ ନେତାଙ୍କୁ ପ୍ରକଳ୍ପ କାଯ୍ୟର୍କାରୀ ଦିଗରେ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସେମାନଙ୍କ ଗୁହାରୀ କେହି ଶୁଣୁ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏ ସଂର୍ପକରେ ହରଭଙ୍ଗା ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମାନସ ରଂଜନ ପରିଡ଼ାଙ୍କୁ ପଚାରିବାରୁ ସେ କହିଲେ, ବୋରେଓ୍ଵଲରେ ପାଣି ହେଉନଥିବାରୁ ଆଉ ଏକ ବୋରେଓ୍ଵଲ ଖୋଳାସରିଛି। ନୂତନ ବୋରେଓ୍ଵଲରେ ୨ରୁ ୩ଘଣ୍ଟା ଯୋଗାଣ ହେଲା ଭଳି ପାଣି ରହୁଛି। କିନ୍ତୁ ଅନେକ ସ୍ଥାନରେ ଲୁହା ପାଇପ୍‌ ଫାଟିଯାଇଥିବାରୁ ଜଳ ଯୋଗାଣ ସମ୍ଭବ ହେଉ ନାହିଁ। ଏହାକୁ ତୁରନ୍ତ କାଯ୍ୟର୍କାରୀ କରିବା ପାଇଁ ଆମେ ଦୃଷ୍ଟି ଦେଉଛୁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe