ବୌଦ୍ଧ: ଶୁକ୍ରବାର ଭୋର୍ରୁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ସହର ଅନ୍ତର୍ଗତ ନୂଆସାହିର ଷଷ୍ଠୀ ପ୍ରଧାନ (୫୦)ଙ୍କ ମୃତ୍ୟୁ ହୋଇଯାଇଛି। ବୌଦ୍ଧ ଏନଏସି ଅନ୍ତର୍ଗତ ୯ନଂ ଓ୍ଵାର୍ଡ ନୂଆସାହିରେ କିଛି ଦିନ ହେବ ନିଜ ପୁଅ ସହ ଘର ଭଡ଼ା ନେଇ ରହୁଥିବା ଷଷ୍ଠୀ ଆଜି ଭୋର୍୍ରୁ ଗେହ୍ଲାଗୁଡି ଘାଟକୁ ଗାଧୋଇବାକୁ ଯାଇଥିଲେ। ତାଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ଭାସିଯାଇ ଥିଲେ। ସକାଳୁ ସ୍ଥାନୀୟ ଲୋକେ ନଦୀରେ ଏହି ଶବ ଭାସୁଥିବା ଦେଖି ଚିହ୍ନଟ କରି ତାଙ୍କ ଘରଲୋକଙ୍କୁ ଖବର ଦେଇଥିଲେ। ତାଙ୍କ ପୁତ୍ର କୌଣସି କାମରେ ବାହାରକୁ ଯାଇଥିବାବେଳେ ସଂପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମହିଳାଙ୍କ ଉଚ୍ଚ ରକ୍ତଚାପ ଥିବା ପରିବାର ଲୋକେ ପ୍ରକାଶ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି।
ମହାନଦୀରେ ବୁଡ଼ି ମହିଳା ମୃତ
Advertisment
Follow Us