ଘଣ୍ଟାପଡ଼ା: ବୌଦ୍ଧ ଡିଭିଜନ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ତିଲକାମାଲ ଛକ ନିକଟରେ ୩ଟି ସାଇକଲରେ ୧୮ ଖଣ୍ଡ ଶାଳ କାଠ ଚୋରା ଚାଲାଣ ବେେଳ ବନ ବିଭାଗ କର୍ମଚାରୀମାନେ ଧରିଛନ୍ତି। ଏଥି ସହ ଏଥିରେ ସଂପୃକ୍ତ ନାରାୟଣପ୍ରସାଦ ପଞ୍ଚାୟତର ସାନଆସୁରର ସତ୍ୟବନ୍ତ ନାଗ(୩୦) ଲୁଣ୍ତ୍ରୁବାହାଲର ଗୋବର୍ଦ୍ଧନ ମହନାନ୍ଦ(୩୫) ଏବ˚ ନାରାୟଣ ପ୍ରସାଦର ଚିତ୍ତରଞ୍ଜନ ଠେଲ(୩୦)ଙ୍କୁ ଗିରଫ କରିଛନ୍ତି। କାଠ ଚୋରା ଚାଲାଣ ହେଉଥିବା ଖବର ପାଇ କଣ୍ଟାମାଳ ରେଞ୍ଜର ଦିଲ୍ଲୀପ ଦିଗାଲଙ୍କ ନେତୃତ୍ବରେ ଏକ ଦଳ ତିକାମାଲ ଛକରେ ଏହି ଚାଲାଣକାରୀଙ୍କୁ ଧରିଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି। ୩ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଏହି ଛଢ଼ଉରେ ଫରେଷ୍ଟ ଗାର୍ଡ ରମାକାନ୍ତ ପାଣିଗ୍ରାହୀ, ଅଶୋକ ପ୍ରଧାନ, ପ୍ରକାଶ ସେଠୀ ଏବ˚ ଶରତ ନାଏକ ସାମିଲ ଥିଲେ।
୧୮ ଖଣ୍ଡ ଶାଳ କାଠ ସହ ୩ ସାଇକଲ ଜବତ, ୩ ଗିରଫ
Advertisment
Follow Us