Young man end life due to family dispute in Boudh district. (Photo: File)
ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ଆମ୍ବଝରୀ ଗ୍ରାମ ପଞ୍ଚାୟତର କୁରୁକୁଜ ଗ୍ରାମରେ ରବିବାର ଜଣେ ଯୁବକ ଘରୋଇ କହଳକୁ କେନ୍ଦ୍ର ପରି ବିଷପାନ କରିଛି। ମୃତ ବ୍ୟକ୍ତି ହେଲେ ଅସିତ୍ ଯାନି।
ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା କିଆକଟା ଗ୍ରାମର ଅସିତ ଯାନି ପ୍ରାୟ ଦେଢ ବର୍ଷ ହେବ ବୌଦ୍ଧ ଥାନା କୁରୁକୁଜ ଗ୍ରାମରେ ନିଜ ପୁଅ, ଝିଅ ଓ ପତ୍ନୀଙ୍କ ସହ ଶ୍ୱଶୁର ଘରେ ରହୁଥିଲେ l କୌଣସି କାରଣରୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହେବା ଫଳରେ ଅସିତ ଆଜି ବିଷପାନ କରି ଦେଇଥିଲେ।
ପରିବାର ଲୋକେ ଜାଣିବା ପରେ ତାଙ୍କୁ ବୌଦ୍ଧ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ଖବର ପାଇ ବଘିଆ ପଡା ଫାଣ୍ଡି ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ସନ୍ଧ୍ୟାରେ ପରିବାରକୁ ହସ୍ତାନ୍ତର କରିଛି।
Follow Us