ଜଙ୍ଗଲରୁ ବିବାହିତ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଜଙ୍ଗଲରୁ ବିବାହିତ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୌଦ୍ଧ: ବଗିଆପଡ଼ା ଫାଣ୍ଡି ନିକଟ ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ସେଠାରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଘଟଣା ସଂପର୍କରେ ଖବର ପାଇ ବଗିଆପଡ଼ା ଫାଣ୍ଡି ଘଟଣସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିତ୍ସାଳୟକୁ ବ୍ୟବଚ୍ଛେଦ ଲାଗି ପଠାଇଛି।

ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅଧୀନ ସରକାରୀ ପଲିଟେକ୍ନିକ ପଛପଟ ଗଉଡ଼ଦେଇ ପାହାଡ଼ ସେପଟ ଆଡ଼ିପାବଲି ପାହାଡ଼ରେ ବିବାହିତ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଗଳିତ ଶବ ଉଦ୍ଧାର କରାଯାଇଛି। ଖବର ପାଇ ବୌଦ୍ଧ ଆଇଆଇସି ମାଧବାନନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି।

ସୂଚନା ଅନୁସାରେ ଯାମପାଲି ଗ୍ରାମର ଅଜିତ ଭୋଇ(୩୪)ଙ୍କ ୯ ବର୍ଷର ଝିଅ ସହ ୬ ଓ ୩ ବର୍ଷର ଦୁଇ ପୁଅ ରହିଛନ୍ତି। ଅଜିତ କର୍ମ ସଂସ୍ଥାନ ପାଇଁ ଗତ ୬ ବର୍ଷ ହେଲା ରାଜ୍ୟ ବାହାରେ ରହୁଛନ୍ତି। ତାମିଲନାଡ଼ୁରେ ଥିବା ସମୟରେ ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ କଳାପଙ୍ଗା ଗ୍ରାମର ଭୀମ ପାଇକଙ୍କ ଝିଅ କୁନି ପାଇକ(୨୪)ଙ୍କ ସହ ପ୍ରେମ ସଂପର୍କ ସ୍ଥାପନ ହୋଇଥିଲା। ଗତ ମାସ ସରସ୍ବତୀ ପୂଜା ଦିନ ଉଭୟେ ଅଜିତଙ୍କ ଗାଁକୁ ଆସିଥିଲେ। ଫଳରେ ଅଜିତଙ୍କ ପ୍ରଥମ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ପିଲାଛୁଆଙ୍କୁ ନେଇ ନିଜ ବାପ ଘର ଅନୁଗୁଳ ଜିଲ୍ଲା ଠାକୁରଗଡ଼କୁ ଚାଲି ଯାଇଥିଲେ। ସେପଟେ କିଛି ଦିନ ନିଖୋଜ ହେବା ପରେ ସୋମବାର ଆଡ଼ିପାବଲି ପାହାଡ଼ର ଏକ ଗଛ ଡାଳରେ ଉଭୟଙ୍କ ଗଳିତ ଶବ ଝୁଲୁଥିବା ଦେଖାଯାଇଛି। ଛେଳି ଚରାଇବାକୁ ଆସିଥିବା କିଛି ଲୋକଙ୍କ ପାଖରୁ ଖବର ପାଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଶବ ପଚି ଯାଇଥିବାରୁ ପ୍ରାୟ ସାତ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe