ଯୁବ ସ୍ବେଛାସେବୀଙ୍କୁ ହତ୍ୟା ଅଭିଯୋଗ, ଅଜଣା ଫୋନ କଲ୍‌ କାଳ ହେଲା

ରକ୍ତର ହୋଲି ଖେଳିଲେ ସ୍କୁଲ ଛାତ୍ର, ଅନଲାଇନରେ ଛୁରୀ ମଗାଇ ସହପାଠୀକୁ ହତ୍ୟା କଲେ

Jagran English

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଂଚଳରେ ଜଣେ ଯୁବ ସ୍ବେଛାସେବୀଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖମନମୁଣ୍ଡା ପଞ୍ଚାୟତ ସିଆଲଝୁଲି ଗାଁର ଜଗଦୀଶ ପ୍ରଧାନଙ୍କ ପୁଅ ଲୋକନାଥ ପ୍ରଧାନ ଓରଫ ଲୁକୁ (୨୯)ଙ୍କ ହତ୍ୟା ହୋଇଥିବା କଣ୍ଟାମାଳ ପୁଲିସ ସୂତ୍ରରୁ ଜଣାଯାଇଛି।

ସୂଚନା ଅନୁସାରେ କଣ୍ଟାମାଳ ଥାନା ଆମ୍ବଗାଁ ନାଳ ପାଖରେ ଏକ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ କଣ୍ଟାମାଳ ଥାନାକୁ ଖବର ଦେଇଥିଲେ। ପୁଲିସ ଏସଡିପିଓ ସାଲେଷ୍ଟିନ ଟିଗା, ଥାନାଧିକାରୀ ଅଶ୍ୱିନୀ ଭିତିରିଆ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ପରିବାର ଲୋକଙ୍କ କହିବା ଅନୁସାରେ, ଗତ ଗୁରୁବାର ରାତିରେ ଲୁକୁ ପାଖକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା। ଫୋନରେ କଥା ହେବା ପରେ ସେ ବାହାରକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କ ମୋବାଇଲକୁ ବାରମ୍ବାର ଫୋନ କରିଥିଲେ। ମାତ୍ର ଫୋନ ରିଂ ହେବ ସତ୍ତ୍ୱେ ଲୁକୁ ଫୋନ ଉଠାଇ ନଥିଲେ। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକ ଲୁକୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ।

ତେବେ ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରଯାଇଥିବା ଶରୀରରେ ଥିବା କ୍ଷତ ଚିହ୍ନରୁ ଅନୁମାନ କରାଯାଉଛି। ପୁଲିସ ପକ୍ଷରୁ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ପୁଲିସ ସାଇଣ୍ଟିଫ ଟିମକୁ ଅପେକ୍ଷା କରାଯାଇଛି। ମୃତ‌ଦେହ ତନଖି ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି କୁହାଯାଉଛି।

ଅପରପକ୍ଷେ ମୃତ ଯୁବକ ଲୋକନାଥ ବିଜେପି ଯୁବ ମୋର୍ଚ୍ଚାର ଜଣେ ସକ୍ରିୟ ସଦସ୍ୟ ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲେ। ତାଙ୍କ ହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଶୀଘ୍ର ଦୋଷୀକୁ ଗିରଫ କରିବାକୁ ଜିଲ୍ଲା ବିଜେପି ଓ ଯୁବ ମୋର୍ଚ୍ଚା ପକ୍ଷରୁ ଦାବି କରଯାଉଛି।  ମୃତ ଯୁବକଙ୍କ ସ୍ତ୍ରୀ ସମେତ ୫ବର୍ଷ ଓ ୩ ବର୍ଷର ଦୁଇ ସନ୍ତାନ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe