ବୌଦ୍ଧ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ସ୍ଥାନୀୟ ଏଏନଏମ୍୍ ଟ୍ରେନିଂ ହଲ୍୍ ଠାରେ ବିଶ୍ୱ ଶିଶୁ କର୍କଟ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଯୋଗଦେଇ ସଚେତନ ରାଲିକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସଦାନନ୍ଦ ମିଶ୍ର ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୀପିକାଦତ୍ତ ରାୟ, ଡା. ବନଲତା ଦେବୀ, ଡା. ଅନିତା ପଟ୍ଟନାୟକ, ଡା. ସୁଧାଂଶୁ ଶତପଥୀ, ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଏଏନଏମ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ରଥ ପ୍ରମୁଖ ଯୋଗଦେଇ ଶିଶୁଙ୍କୁ ବିଭିନ୍ନ ପ୍ରକାର କ୍ୟାନସର ରୋଗ ହେଉଥିବାବେଳେ ଠିକ ସମୟରେ ଚିକିତ୍ସା କରାଗଲେ ସଂପୂର୍ଣ୍ଣ ଆରୋଗ୍ୟ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଶା ମ୍ୟାନେଜର ପ୍ରଫୁଲ୍ଲ ସାହୁ ପରିଚାଳନା କରିଥିବାବେଳେ ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏଏନଏମ୍ ଟ୍ରେନିଂ ଛାତ୍ରୀମାନେ ଏକ ସଚେତନ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।
ଆନ୍ତର୍ଜାତୀୟ ବାଲ୍ୟାବସ୍ଥା କର୍କଟ ଦିବସ
Advertisment
Follow Us