କରୋନାରେ ଜୀବନ ହାରିଲେ ପୂର୍ବତନ ସମବାୟ ସଭାପତି

Advertisment
କରୋନାରେ ଜୀବନ ହାରିଲେ ପୂର୍ବତନ ସମବାୟ ସଭାପତି

କଣ୍ଟାମାଲ : କଣ୍ଟାମାଲ ବ୍ଲକ ବିଳ।ସପୁର ସେବା ସମବାୟ ସମିତିର ପୂର୍ବ ସଭାପତି ଶୁଭେନ୍ଦ୍ର ପ୍ରସାଦ ମେଣ୍ଡିଲି(୫୦)ଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି। ସୂଚନା ଅନୁସାରେ ଶୁଭେନ୍ଦ୍ର ଆଜିକୁ ୧୫ ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇ ଘରେ ସଂଗରୋଧରେ ରହିଥିଲେ। ତାଙ୍କ ଅକ୍ସିଜେନ ସ୍ତର ଧୀରେ ଧୀରେ କମିଯିବାରୁ ଗତ ୧୦ ଦିନ ପୂର୍ବରୁ ଉଚ୍ଚତର ଚିକିତ୍ସା ପାଇଁ ବୌଦ୍ଧ କୋଭିଡ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।

ସେଠାରେ ତିନିଦିନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ନ ଆସିବାରୁ ଗତ ଏକ ସପ୍ତାହ ହେଲା ବରଗଡ଼ ସ୍ଥିତ ବିକାଶ କୋଭିଡ ହସ୍ପିଟାଲକୁ ନିଆଯାଇଥିଲା। ଆଜି ସକାଳ ୮ ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ପୁଅ ଓ ଝିଅ ଗୋଟିଏ ଲେଖାଏଁ ଅଛନ୍ତି। ବିଳାସପୁର ପଞ୍ଚାୟତ ପଦରପଡା ଗ୍ରାମର ସ୍ବର୍ଗତ ମେଣ୍ଡିଲି ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ବିଳାସପୁର ପେକ୍ସର ସଭାପତି ଦାୟିତ୍ୱରେ ଥିଲେ। ସେ ମଧ୍ୟ ଜଣେ ଭଲ କ୍ରିକେଟ ଖେଳାଳି ଓ ଜଣେ ସୁସଂଗଠକ ଥିଲେ। ତାଙ୍କ ବିୟୋଗରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ତଥା ମନମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe