ବୌଦ୍ଧ ଜିଲ୍ଲା ପୁଲିସର ମାନବିକତା: ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା

Advertisment
ବୌଦ୍ଧ ଜିଲ୍ଲା ପୁଲିସର ମାନବିକତା: ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା

ବୌଦ୍ଧ: ଥାନା କାମରେ ଯାଇଥିବା ଭଡ଼ାଗାଡ଼ି ଦୁର୍ଘଟଣାର ଶିକାର ହେବାରୁ ଗତ ମେ’ ମାସରେ ଜଣେ ଗୃହରକ୍ଷୀ ଓ ଗାଡ଼ିଚାଳକଙ୍କ ମୃତ୍ୟୁ ହୋଇଥିଲା। ମାନବିକତା ଦୃଷ୍ଟିକୋଣରୁ ବୌଦ୍ଧ ଜିଲ୍ଲା ପୁଲିସ ପକ୍ଷରୁ ଦୁଇ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏସପି ରାଜ ପ୍ରସାଦଙ୍କ ଉଦ୍ୟମରେ ଜିଲ୍ଲାର ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ନିଜ ଦରମାରୁ ଟଙ୍କାଦେଇ ମାନବିକତାର ପରିଚୟ ଦେଇଛନ୍ତି।

publive-image

ବାଉଁଶୁଣି ଥାନା କେସ ନଂ. ୬୨/୨୦୨୨ର ତଦନ୍ତ କରିବାକୁ ଏଏସଆଇ ନାଗରାଜ ପ୍ରଧାନଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ କଟକ ଜିଲ୍ଲା ବିଦେଶପୁର ଥାନା ଅଞ୍ଚଳକୁ ଯାଇଥିଲେ। ଭଡ଼ାରେ ନେଇଥିବା ବଲେରୋରେ ଫେରୁଥିବା ବେଳେ ୨୩ ମେ’ ୨୦୨୩ ଭୋର ସାଢ଼େ ଚାରିଟାରେ ଦୁର୍ଘଟଣାର ଶିକାର ହୋଇଥିଲେ। ୫୭ ନଂ. ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା କଲମପୁର ଛକ ନିକଟରେ ସମ୍ମୁଖରୁ ଆସୁଥିବା ଏକ ମାଲବାହୀ ଟ୍ରକ୍ ହଠାତ ଦିଗ ପରିବର୍ତ୍ତନ କରି ବଲେରୋକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗୃହରକ୍ଷୀ ଜଗନ୍ନାଥ ମେହେର ଓ ଚାଳକ ପ୍ରଶାନ୍ତ ରଣାଙ୍କ ମୃତ୍ୟୁ ହୋଇଥିଲା। ଉଭୟ ପରିବାରର ରୋଜଗାରିଆ ପୁଅଙ୍କ ମୃତ୍ୟୁ ହୋଇଥିବାରୁ ଜିଲ୍ଲା ପୁଲିସ ସହାୟତାର ହାତ ବାଢ଼ାଇଛି। ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ଦରମାରୁ କିଛି ଟଙ୍କା ଦେବାପରେ ୨,୩୨,୦୫୦ ଟଙ୍କା ସଂଗୃହୀତ ହୋଇଥିଲା। ଏହାକୁ ଭାଗ କରି ଦୁଇ ପରିବାରକୁ ୧,୧୬,୦୨୫ ଟଙ୍କା ଲେଖାଏଁ ଦିଆଯାଇଛି। ଗୁରୁବାର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି ରାଜ ପ୍ରସାଦ ସ୍ବର୍ଗତ ଗୃହରକ୍ଷୀ ଜଗନ୍ନାଥ ମେହେରଙ୍କ ବାପା ଝରିଆ ମେହେର ଓ ଚାଳକ ପ୍ରଶାନ୍ତ ରଣାଙ୍କ ବାପା ଅକ୍ରୂର ରଣାଙ୍କୁ ଚେକ୍ ମାଧ୍ୟମରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ପୁଲିସ ବିଭାଗର ମାନବିକତାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe