ତୃତୀୟ ରୋଗୀ ଭାବେ ଏସ୍‌ସିବି ଏକମୋ ୟୁନିଟରେ ଭର୍ତ୍ତି ହେଲେ କେନ୍ଦ୍ରାପଡ଼ାର ଯୁବକ

Advertisment
ତୃତୀୟ ରୋଗୀ ଭାବେ ଏସ୍‌ସିବି ଏକମୋ ୟୁନିଟରେ ଭର୍ତ୍ତି ହେଲେ କେନ୍ଦ୍ରାପଡ଼ାର ଯୁବକ

କଟକ: ଏସ୍‌ସିବି ଏକମୋ ୟୁନିଟରେ ଆଜି ୩ୟ ରୋଗୀ ଭାବେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ରାପଡ଼ାର ଯୁବକ ଜଗନ୍ନାଥ ପ୍ରଧାନ(୩୨)। ତାଙ୍କ ଘର ପଟ୍ଟାମୁଣ୍ଡାଇର ବେଲତଳ ଗ୍ରାମରେ। ସେ କିଛି ମାସ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ତେବେ ସୁସ୍ଥ ହେବା ପରେ ମଧ୍ୟ ତାଙ୍କ ନିକଟରେ ସ୍ୱାସ୍ଥ୍ୟଗତ ଜଟିଳତା ଦେଖା ଦେଇଥିଲା । ନିଶ୍ୱାସ ପ୍ରଶ୍ବାସ ନେବା‌ରେ ସେ ସମସ୍ୟା ଅନୁଭବ କରୁଥିଲେ। ଅତ୍ୟଧିକ କାଶ ସାଙ୍ଗକୁ ଯନ୍ତ୍ରଣା ଅନୁଭବ କରିବାରୁ ୯ଦିନ ତଳେ ପରିବାର ଲୋକେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତେବେ ଜଗନ୍ନାଥଙ୍କୁ ଏକମୋ ଚିକତ୍ସା ଯୋଗାଇବା ଜରୁରୀ ବୋଲି ଅନୁଭବ କରିବା ପରେ ଏସ୍‌ସିବି କର୍ତ୍ତୃପକ୍ଷ ଗତକାଲି ଅପରାହ୍ନ ୫ଟାରେ ତାଙ୍କୁ ଏକମୋ ୟୁନିଟରେ ଭର୍ତ୍ତି କରିଥିଲେ। ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ୫ଜଣିଆ ଟିମ୍‌ ଏହି ଚିକିତ୍ସା ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ୟୁନିଟରେ ପ୍ରଥମ ରୋଗୀ ଭାବେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ବଡ଼କ୍ଷୀର ଗ୍ରାମର ମହିଳା ଅନ୍ନପୂର୍ଣ୍ଣା ନାୟକ ଭର୍ତ୍ତି ହୋଇଥିଲେ। ଏହା ପରେ ବଲାଙ୍ଗୀରର ଜ୍ୟୋର୍ତିମୟୀ ପଣ୍ଡା(୩୮)ଙ୍କୁ ମଧ୍ୟ ସଦ୍‌ଗୁରୁ କୋଭିଡ଼ ହସ୍ପିଟାଲରୁ ଏସ୍‌ସିବି ଏକମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ନପୂର୍ଣ୍ଣା ଓ ଜ୍ୟୋର୍ତିମୟୀଙ୍କ ଏକମୋ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏସ୍‌ସିବି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe