ବିବାହିତା ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇ ଜେଲ ଗଲା ଯୁବକ

Advertisment
ବିବାହିତା ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇ ଜେଲ ଗଲା ଯୁବକ

ବୋରିଗୁମ୍ମା: ଜଣେ ବିବାହିତା ମହିଳାଙ୍କୁ ଅଶ୍ଲୀଳ ମେସେଜ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋରିଗୁମ୍ମା ପୁଲିସ। ଘଟଣାରୁ ପ୍ରକାଶ ଯେ, ବୋରିଗୁମ୍ମା ଥାନା ଅନ୍ତର୍ଗତ ଭେଙ୍କଟନଗର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ପ୍ରଥମେ ଫୋନ୍‌ ଓ ପରେ ଅନେକ ଅଶ୍ଲୀଳ ମେସେଜ ପଠେଇଥିଲା ଜଣେ ଯୁବକ। ଗତ୧୦ ତାରିଖ ଦିନ ମହିଳାଙ୍କ ସ୍ୱାମୀ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନରେ ମୌଖିକ ଭାବେ ଜଣାଇଥିଲେ। ତଥାପି ଯୁବକ ଜଣକ ନିଜ କାର୍ଯ୍ୟରେ ନିର୍ବୃତ୍ତ ନ ରହିବାରୁ ବାଧ୍ୟ ହୋଇ ଶେଷରେ ଏନେଇ ଗତ ୧୪ତାରିଖ ଦିନ ମହିଳାଙ୍କ ସ୍ୱାମୀ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକକୁ କାବୁ କରି ଆଜି କୋର୍ଟ ଚାଲାଣ କରିଛି ପୁଲିସ। ଅଭିଯୁକ୍ତ ଜଣକ ରଂଜିବ ବେହେରା(୨୨)। ଆଜି ତାଙ୍କୁ ବୋରିଗୁମ୍ମାସ୍ଥିତ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଦାଲତରେ ହଜାର କରାଯାଇ ଜାମିନ ପାଇଁ ଆବେଦନ ହୋଇଥିବା ବେଳେ ଏହାକୁ ଖାରଜ କରିଛନ୍ତି ବିଚାରପତି। ଫଳରେ ଅଭିଯୁକ୍ତ ରଂଜିବକୁ୧୪ଦିନ ପାଇଁ ଜୁଡିସିଆଲ ଜେଲକୁ ପାଠ ଯାଇଥିବା ନେଇ ସରକାରୀ ଓକିଲ ସନ୍ତୋଷ କୁମାର ଦୋରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe