ଶିଶୁପାଳଗଡ଼ ଅଞ୍ଚଳରେ ବେକରେ ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା

ବେକରେ ଗାମୁଛା ଦେଇ ଯୁବକଙ୍କ ଆତ୍ମହତ୍ୟା

Telangana Today

ଧଉଳି: ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ଅଞ୍ଚଳରେ ଘରଭଡ଼ା ନେଇ ରହୁଥିବା ସ୍ମୃତିରଞ୍ଜନ ନାୟକ (୨୫) ନାମକ ଜଣେ ଯୁବକ ଆଜି ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକ ସ୍ମୃତିରଞ୍ଜନଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ତଳକୁ ଓହ୍ଲାଇଥିଲେ। ହେଲେ ସେତେବେ‌ଳକୁ ସ୍ମୃତିରଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧଉଳି ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଲାଇଛନ୍ତି। ହେଲେ ସ୍ମୃତିରଞ୍ଜନଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ି ନାହିଁ।

ସୂଚନା ମୁତାବକ ସ୍ମୃତିରଞ୍ଜନ ଅବିବାହିତ। ପାରିବାରିକ କଳହ, ପ୍ରେମଜନିତ କାରଣ କିମ୍ବା ଅନ୍ୟ କୌଣସି କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ଏନେଇ ଧଉଳି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ହସ୍ପିଟାଲ ନେବା ବେଳେ ତାଙ୍କ ପାଟିରୁ ଦାନାଦର ଗନ୍ଧ ବାହାରୁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଯୁବକ କହିଛନ୍ତି। ତେଣୁ ଦାନାଦର ଖାଇବା ପରେ ସେ ଝୁଲିପଡ଼ିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe