ପ୍ରେମ ନିବେଦନ କରିବାକୁ ଯାଇ ମହିଳାଙ୍କ ଭାଇଙ୍କ ଠାରୁ ନିସ୍ତୁକ ଛେଚା ଖାଇଲେ ଯୁବକ

Advertisment
ପ୍ରେମ ନିବେଦନ କରିବାକୁ ଯାଇ ମହିଳାଙ୍କ ଭାଇଙ୍କ ଠାରୁ ନିସ୍ତୁକ ଛେଚା ଖାଇଲେ ଯୁବକ

ଭଦ୍ରକ: ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳର ଜଣେ ଯୁବକ ବିବାହିତ ମହିଳାଙ୍କୁ ପ୍ରେମ ପ୍ରସ୍ତାବ ଦେବାକୁ ଯିବା ମହଙ୍ଗା ପଡ଼ିଛି। ଯୁବତୀଙ୍କ ଭାଇ ଉକ୍ତ ଯୁବକଙ୍କୁ ନିସ୍ତୁକମାଡ଼ ମାରିଥିବା ଜଣାପଡ଼ିଛି। ମଝି ରାସ୍ତାରେ ମାଡ ଖାଇଥିବା ଯୁବକଙ୍କ ନାମ ଛତିଶ ମହାପାତ୍ର ବୋଲି ଜଣାପଡ଼ିଛି ।

ସମ୍ବଲପୁରରେ ରହୁଥିବା ଜଣେ ବିବାହିତ ମହିଳାଙ୍କୁ ଫେସବୁକ୍ ଆଇଡିରେ ବାରମ୍ବାର ପ୍ରେମ ନିବେଦନ କରୁଥିଲେ ଛତିଶ ମହାପାତ୍ର । ଏପରିକି ଦୀର୍ଘ ଦିନ ହେବ ତାଙ୍କୁ ମାନସିକ ନିର୍ଯ୍ୟାତନା ବି ଦେଇ ଆସୁଥିଲେ । ଆଉ ଯୁବକଙ୍କ ଏଭଳି କାଣ୍ଡରେ ଅତିଷ୍ଠ ହୋଇ ଶେଷରେ ମହିଳା ଭଦ୍ରକରେ ରହୁଥିବା ନିଜ ଭାଇଙ୍କୁ ଏ ବାବଦରେ ସବୁକିଛି ଜଣାଇଥିଲେ ।

ତେବେ ମହିଳାଙ୍କ ଭାଇ ବାହାନା କରି ଯୁବକଜଣଙ୍କୁ ଭଦ୍ରକ ବନ୍ତ ଛକ ନିକଟକୁ ଡାକିଥିଲେ । ଆଉ ବୁଧବାର ସନ୍ଧ୍ୟାରେ ବନ୍ତ ଛକ ନିକଟରେ ଏକ କାରରେ ଆସି ଯୁବକ ପହଞ୍ଚିଥିଲେ । ହଠାତ ଯୁବକଙ୍କ ଭାଇ ଓ ତାଙ୍କର କିଛି ସମର୍ଥକମାନେ ଯୁବକଙ୍କୁ କାର ଭିତରୁ ଟାଣି ଆଣି ବିଚ୍ ରାସ୍ତାରେ ନିସ୍ତୁକ ମାଡ ମାରି ଚାଲିଥିଲେ ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଖବର ପାଇଥିଲା। ଉଭୟ ପକ୍ଷରୁ ପୁଲିସ ନିକଟରେ ଏଫଆଇଆର ଦାୟର କରାଯାଇଥିବା ବେଳେ ଟାଉନ୍ ପୁଲିସ ପ୍ରେମିକ ଯୁବକ ଓ ମହିଳାଙ୍କ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe