ଜାମୁଗଛରୁ ପଡ଼ି ନାବାଳକ ମୃତ

ଜାମୁଗଛରୁ ପଡ଼ି ନାବାଳକ ମୃତ

Bikash Mohanty Official Website

ଦଶରଥପୁର: ଜାମୁଗଛରୁ ପଡ଼ିଯିବାରୁ ମଙ୍ଗଳପୁର ଥାନା ଅଧୀନ ବିରିପଟା ଗ୍ରାମର ଗୌତମ ମଲ୍ଲିକଙ୍କ ପୁଅ ସୁମନ୍ତ ମଲ୍ଲିକ(୧୨)ଙ୍କ ମୃତ୍ୟୁ ହୋଇଛି। ସେ ଆଜି ନିଜ ଘର ନିକଟରେ ଥିବା ଜାମୁ କୋଳି ତୋଳିବା ନିମନ୍ତେ ଗଛକୁ ଚଢ଼ିଥିବାବେଳେ ଖସିପଡ଼ିଥିଲେ। ତାଙ୍କ ମୁଣ୍ଡ ମାଡ଼ ହେବା ସହ ଶରୀରରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା।

ତାଙ୍କୁ ତୁରନ୍ତ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ବିରିପଟା ହାଇସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ। ଆଜି ସ୍କୁଲ ଛୁଟି ଥିବାରୁ ସାଙ୍ଗମାନଙ୍କ ସହିତ କୋଳି ଖାଇବା ପାଇଁ ଯାଇଥିଲେ। ଗୌତମଙ୍କ ୨ ପୁଅ ଓ ଜଣେ ଝିଅଙ୍କ ମଧ୍ୟରେ ସୁମନ୍ତ ବଡ଼ ଥିଲେ। ଖବର ପଇ ମଙ୍ଗଳପୁର ପୁଲିସ ପହଞ୍ଚି ଶବ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe