stock.adobe.com
ବୋର୍ଡା: ଭବାନୀପାଟଣା ସଦର ବ୍ଲକ୍ ବୋର୍ଡl ଫାଣ୍ଡି ମାଟିଆ ଗାଁରେ ନୂଆଁଖାଇ ବାସି ଅବସରରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଅସାବଧାନତା ଯୋଗୁଁ ଗାଁର ତଫାନ ସାହୁଙ୍କ ପୁଅ ଗିରିଧାରୀ ସାହୁ(୧୪ ବର୍ଷ)ଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଫଳରେ ଗାଁରେ ଶୋକର ଛାୟା ଖେଳି ଯାଇଛି।
ଏ ନେଇ ଫାଣ୍ଡିରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଥିବା ଫାଣ୍ଡି ଅଧିକାରୀ ଟୁନା ସେଠୀ କହିଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।
Follow Us