ବିଦ୍ୟୁତ ବଲ୍‌ ସଜାଡିବା ବେଳେ ବିଦ୍ୟୁତ ଆଘାତରେ ଯୁବକ ମୃତ

Advertisment
ବଜ୍ରପାତରେ ଜଣେ ମୃତ 

Telegraph India

ଭଞ୍ଜନଗର: ଘରର ବିଦ୍ୟୁତ ବଲ୍‌ ସଜାଡିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଭଞ୍ଜନଗର ଥାନା ଅଧୀନ ସାନକ‌ୋଦଣ୍ଡା ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ସାନକୋଦଣ୍ଡା ଗ୍ରାମର ଉଦୟନାଥ ପ୍ରଧାନଙ୍କ ସାନ ପୁଅ ବଳଭଦ୍ର ପ୍ରଧାନ (୨୩) ଘର ବାରଣ୍ଡାରେ ବସିଥିଲେ। ଏହି ସମୟରେ ତାଙ୍କ ମାଆ ଘରର ଗୋଟିଏ ଲାଇଟ୍‌ ଲଗାଇବାକୁ ଡାକିଥିଲେ। ବଳଭଦ୍ର ଘର ଭିତରକୁ ଯାଇ ବିଦ୍ୟୁତ ବଲ୍‌ ବଦଳାଇବା ସମୟରେ ଭୁଲ୍‌ ବଶତ ବିଦ୍ୟୁତ ସଂସ୍ପର୍ଶରେ ଚାଲି ଆସଥିଲେ। ବିଦ୍ୟୁତ ଆଘାତ ପାଇ ସେ ଛିଟିକି ପଡିଥିଲେ। ସେ ‌ତଳେ ପଡିଯିବା ଦେଖି ତୁରନ୍ତ ପରିବାର ଲୋକ ବଳଭଦ୍ରକୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ବଳଭଦ୍ରକୁ ମୃତ ଘୋଷଣା କରିଥିଲେ।

ଏହାପରେ ପୁଲିସ୍‌ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ଆଜି ସକାଳୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ କେସ୍‌ ନମ୍ବର ୪୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଗ୍ରାମର ଜଣେ ଯୁବକର ଏଭଳି ଅକାଳ ବିୟୋଗ ଘଟିଥିବାରୁ ପରିବାର ଲୋକଙ୍କ କାନ୍ଦ ବୋବାଳିରେ‌ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe