Telegraph India
ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଧୀନ ଜେନା ସାହିର ପଦ୍ମଲୋଚନ ପରିଡ଼ାଙ୍କ ଏକମାତ୍ର ପୁଅ ଇଶ୍ବର ପରିଡ଼ା (୬) (ସାଇ)ଙ୍କର ଆଜି ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଯାଇଛି। ପରିବାର ଲୋକ ଗୁରୁତର ଅବସ୍ଥାରେ ଇଶ୍ବରଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲକୁ ପଠାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ପଦ୍ମଲୋଚନଙ୍କ ଘର ନିକଟରେ ଥ୍ରେସର ମେସିନ ସାହାଯ୍ୟରେ ଧାନ ଅମଳ ହେଉଥିଲା। ଧାନ ମେସିନକୁ ସଂଯୋଗ ହୋଇଥିବା ଛିଣ୍ଡିଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଇଶ୍ବର ଗୁରୁତର ହୋଇପଡ଼ିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Follow Us